Latest Odisha News

BREAKING NEWS

ଇଂଲଣ୍ଡକୁ ୩୭୮ ରନର ଟାର୍ଗେଟ ଦେଲା ଭାରତ

ବର୍ମିଂହାମ: ଚଳିତ ୫ମ ଟେଷ୍ଟର ୪ର୍ଥ ଦିବସରେ ଭାରତ ୩୭୮ ରନର ଟାର୍ଗେଟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମ ଇନିଂସରେ ୧୪୬ ରନର ଇନିଂସ ଖେଳିଥିବା ରିଷଭ ପନ୍ତ ଦ୍ୱିତୀୟ ଇନିଂସରେ ଆକର୍ଷଣୀୟ ୫୭ ରନ ସଂଗ୍ରହ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଅର୍ଦ୍ଧ ଶତକ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା ୬୬ ରନର ଇନିଂସ ଖେଳିଥିଲେ । ବିରାଟ କୋହଲି ପୁନର୍ବାର ଫେଲ ମାରିଥିଲେ । ସେ ୨୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ଭାରତ ଦ୍ୱିତୀୟ ଇନିଂସରେ ୨୪୫ ରନ ସଂଗ୍ରହ କରି ଅଲଆଉଟ ହୋଇ ଯାଇଥିଲା । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୪୧୬ ରନ ଜବାବରେ ଘରୋଇ ଦଳ ୨୮୪ ରନ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଦ୍ୱିତୀୟ ଇନିଂସରେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.