Latest Odisha News

BREAKING NEWS

ଆଜି ବିଶ୍ୱ ଚକୋଲେଟ୍ ଦିବସ: ହାପ୍ପି ଚକୋଲେଟ୍ ଡେ

ଜାଣନ୍ତୁ ଚକୋଲଟ୍ ଖାଇବାର ଉପକାର

ଭୁବନେଶ୍ୱର (ଦେବଦତ୍ତ ରଥ) :  ଆଜି ଆଜି ବିଶ୍ୱ ଚକୋଲେଟ୍ ଡେ’ (ଚକୋଲେଟ୍ ଦିବସ)। ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ’ ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ’ ପାଳନ ଆରମ୍ଭ ହେଲା। ଏମିତିରେ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ବେଳେ ୯ ଫେବୃଆରୀକୁ ମଧ୍ୟ ଚକୋଲେଟ୍ ଡେ’ ଭାବରେ ପାଳନ କରାଯାଇଥାଏ। ଚକୋଲେଟ୍ ପାଇଁ କ୍ରେଜ୍ ସବୁ ବୟସର ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଲୋକମାନେ ଖୁସିରେ ଚକୋଲେଟ୍ ସହିତ ଉତ୍ସବ ପାଳନ କରିବାକୁ ପସନ୍ଦ କରନ୍ତି। ଆଜିର ଯୁଗରେ ଯେ କୌଣସି ପ୍ରକାର ଉତ୍ସବ ହେଉ, ଲୋକମାନେ ଚକୋଲେଟ୍ ଖାଇବାକୁ ଏବଂ ଉପହାର ଦେବାକୁ ପସନ୍ଦ କରିଥାଆନ୍ତି। ପର୍ବପର୍ବାଣିରେ ମଧ୍ୟ ଚକୋଲେଟର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଅନେକ ରିପୋର୍ଟ ଦାବି କରେ, ଚକୋଲେଟ୍ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ। ଚକୋଲେଟ୍ ଖାଇବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ଆସେ ଏବଂ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ଯଦିଓ କିଛି ବିଶେଷଜ୍ଞଙ୍କ ମତ ଏହାଠାରୁ ଭିନ୍ନ ହୋଇପାରେ। ଆଜିକାଲି ବଜାରରେ ଅନେକ ପ୍ରକାରର ଚକୋଲେଟ୍ ଉପଲବ୍ଧ। ସେଥିରେ ହଟ୍ ଚକୋଲେଟ୍, ମିଲ୍କ୍ ଚକୋଲେଟ୍, ଚକୋଲେଟ୍ କେକ୍ ଏବଂ ବ୍ରାଉନି ଚକୋଲେଟ୍ ଇତ୍ୟାଦି ରହିଛି। ତଥ୍ୟ ଅନୁଯାୟୀ, ବିଶ୍ୱରେ ଚକୋଲେଟର ସର୍ବାଧିକ ବ୍ୟବହାର ସ୍ୱିଜରଲ୍ୟାଣ୍ଡରେ ରହିଛି। ଏଠାକାର ବାସିନ୍ଦା ଜନୈକ ବାର୍ଷିକ ୮.୮ କିଲୋଗ୍ରାମ ପର୍ଯ୍ୟନ୍ତ ଚକୋଲେଟ୍ ଖାଇଥାଆନ୍ତି। ସ୍ୱିଜରଲ୍ୟାଣ୍ଡର ଚକୋଲେଟ୍ ଇଣ୍ଡଷ୍ଟ୍ରି ସାରା ବିଶ୍ୱ ପ୍ରସିଦ୍ଧ। ସେହିପରି ଅଷ୍ଟ୍ରିଆ ଏବଂ ଜର୍ମାନୀର ଲୋକ ମଧ୍ୟ ଅଧିକ ଚକୋଲେଟ୍ ଖାଇଥାଆନ୍ତି। ଅଷ୍ଟ୍ରିଆରେ ୮.୧ ଏବଂ ଜର୍ମାନୀର ଲୋକ ହାରାହାରି ୭.୯ କିଲୋଗ୍ରାମ ଚକୋଲେଟ୍ ଖାଇଥାଆନ୍ତି। ଭାରତରେ ମଧ୍ୟ ଚକୋଲେଟ୍ ଖାଇବା ଏବଂ ଉପହାର ଦେବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଦେଖାଯାଉଛି।

ଉପକାର

ବହୁତ ପୁଷ୍ଟିକର
ଆଣ୍ଟିଅକ୍ସିଡାଣ୍ଟ ଶକ୍ତିର ଉତ୍ସ
ରକ୍ତ ପ୍ରବାହରେ ଉନ୍ନତି ଏବଂ ରକ୍ତଚାପ କମ କରିଥାଏ
ହୃଦଘାତର ଆଶଙ୍କା ହ୍ରାସ କରିଥାଏ
ଚର୍ମକୁ ସୂର୍ଯ୍ୟତାପରୁ ରକ୍ଷା କରିପାରେ
ମସ୍ତିଷ୍କ କାର୍ଯ୍ୟରେ ଉନ୍ନତି ଆଣିପାରେ
ଚର୍ମକୁ ଡିହାଇଡ୍ରେସନରୁ ରକ୍ଷା କରିଥାଏ
ଭଲ ପୁଷ୍ଟିକର ଖାଦ୍ୟ .

Leave A Reply

Your email address will not be published.