Latest Odisha News

BREAKING NEWS

ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ମୋହନା: ଚାଉମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ତିନୋଟି ଜୀବନ । ଏଭଳ ଅଘଟଣ ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମୋହନା ବ୍ଲକ ନାରାୟଣ ନଗରରେ ଥିବା ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ୩ ଜଣଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନେ ହେଉଛନ୍ତି ଗଞ୍ଜାମ ନିମଖଣ୍ଡି ଗାଁର ଅରୁଣ ସାହୁ ଓ ମୋହନା ଥାନା କାମ୍ପାଗୁଡା ଗାଁର ମୁଠା ଦଳେଇ ଓ ସୁନୀଲ ଦଳେଇ ।
ବିଳମ୍ବିତ ରାତିରେ ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ହେବାରୁ ଶ୍ରମିକମାନେ ପ୍ରଥମେ ଅଚେତ ହୋଇ ପଡ଼ିଥିଲେ । ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
Leave A Reply

Your email address will not be published.