Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନ ଗର୍ଭରେ ରତ୍ନ ଥାଉ ଅବା ଶାଳଗ୍ରାମ ଥାଆନ୍ତୁ ସେଥିରେ ଭକ୍ତଙ୍କର ମନ ନଥାଏ ; ମନଥାଏ କାଳିଆ ଠାକୁରଙ୍କ ପାଖରେ ଓ ରତ୍ନ ବେଦୀ ଚାରିପଟେ ପରିକ୍ରମା କରିବାର ଚିନ୍ତାରେ କାରଣ ଦିନକୁ ଥରେ ଓ ଏକ ଘଣ୍ଟା ସମୟ ପାଇଁ ସlହଣମେଲା ହୋଇଥାଏ। ଆପେ ଆପେ ପାଦ ଓ ଶରୀର ପ୍ରଦକ୍ଷିଣ ଆରମ୍ଭ କରି ରତ୍ନ ବେଦୀ ଚାରିପାର୍ଶ୍ୱରେ ବୁଲୁଥାଏ ଓ ଆତ୍ମ ଭାବରେ ପରମାତ୍ମାଙ୍କ ସାନିଧ୍ୟରେ ଗାଏ “ଯାନି କାନି ଚ ପାପାନୀ ବ୍ରହ୍ମହତ୍ୟା ଶତlନୀତ, ତାନି ସର୍ବାଣୀ ନଶ୍ୟନ୍ତି ପ୍ରଦକ୍ଷିଣଂ ପଦେ ପଦେ।” ଅର୍ଥାତ ଏ ଦୁର୍ଲ୍ଲଭ ପ୍ରଦକ୍ଷିଣ ଦ୍ୱାରା ଛୋଟମୋଟ ପାପ ସହ ବ୍ରହ୍ମହତ୍ୟା ଜନିତ ପାପ ମଧ୍ୟ ନାଶ ହୁଏ। ସେଭଳି ରତ୍ନସିଂହାସନ ଉପରେ ଚଢି ପ୍ରଭୁଙ୍କର ସେବା କରିବା ସମସ୍ତ ସେବକଙ୍କ ଭାଗ୍ୟରେ ନଥାଏ। କେବଳ ଭିତରଛ ମହାପାତ୍ର, ତଳିଛ ମହାପାତ୍ର, ସିଂହାରୀ (ପୁଷ୍ପାଳକ ), ପୂଜାପଣ୍ଡା, ପତି ମହାପାତ୍ର, ମୂଦିରସ୍ତ, ଦଇତାପତି ଦତ୍ତ ମହାପାତ୍ର ସେବକମାନେ ଏହି ଅଧିକlର ପାଇଥାନ୍ତି। ଏମାନଙ୍କ ଛଡା ରତ୍ନ ବେଦୀରେ ଚାରମାଳ ବନ୍ଧା ବେଳେ କୋଠସୁଆଁସୀଆ ସେବକମାନେ ରତ୍ନବେଦୀରେ ଚଢିଥାନ୍ତି। ପରମ୍ପରା ପ୍ରକାରେ ନେପାଳ ଦେଶର ନରେଶ ଶ୍ରୀଜୀଉଙ୍କ ଦର୍ଶନ କରିବା ସମୟରେ ଯଦି ଇଛାକରିବେ ତେବେ ରତ୍ନ ସିଂହାସନ ଉପରେ ଚଢ଼ି ପୂଜା କରି ପାରିବେ। ସlହlଣମେଲା ବ୍ୟତୀତ ପ୍ରତ୍ୟହ, ମଙ୍ଗଳ ଆଳତି, ଅବକାଶ, ସନ୍ଧ୍ୟା ଆଳତି ଚନ୍ଦନଲାଗି, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ସରିବା ପରେ ପରେ ଆଳତି ସମୟରେ ରତ୍ନସିଂହାସନ ପାଖକୁ କିଛି ପରିମାଣିକ ଅର୍ଥ ବିନିମୟରେ ଯାଇ ପାରିବେ। ପୂର୍ବରୁ ଏହି ଦର୍ଶନ ଟିକେଟର ମୂଲ୍ୟ ୨୦ ଟଙ୍କା ଥିଲା, ଏବେ ପରିଚାଳନା କମିଟି ନିର୍ଦ୍ଧାରଣ କରିବା ପ୍ରକାରେ ମୂଲ୍ୟ ଦେବାକୁ ପଡୁଛି। କିଛି ସେବକ ଦୈନିକ ରତ୍ନସିଂହାସନ ଉପରେ ପ୍ରଭୁଙ୍କ ସେବା କରନ୍ତି। ଦଇତାପତି ଓ ଦତ୍ତ ମହାପାତ୍ରମାନେ ଗୁପ୍ତ ସେବା ସମୟରେ ଏହି ଅଧିକାର ପାଇଥାନ୍ତି। ସ୍ନାନ ପୁର୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରତ୍ନସିଂହାସନରେ ଶ୍ରୀଜିଉମାନେ ନଥିବାରୁ କେହି ସେବାର ଅଧିକାର ପାଇ ନଥାନ୍ତି। ଏଠି ଏକ ବିଶେଷ କଥା କହିବାକୁ ଇଛା ହୁଏ । କାରଣ ନେପାଳ ନରେଶ ସିଂହାସନ ଉପରେ ଚଢି ପୂଜା କରିବାର ଅଧିକାର ପାଇଥିବା ବେଳେ ସେ ଅଧିକାର ଆଦ୍ୟସେବକ ଗଜପତି ପାଇ ନାହାନ୍ତି। ତଥାପି ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଦର୍ଶନ ସୁଖ ପାଇ, ସମସ୍ତ ସାଧୁ, ସନ୍ଥ, ସନ୍ୟାସୀ, ଭକ୍ତ ଭାବ ବିହ୍ଵଳରେ ଗାଇ ଉଠନ୍ତି।

“ପ୍ରଭୂ କି ସୁନ୍ଦର ଦିଶ ବସି ରତ୍ନସିଂହାସନ,
ପାପୀମାନେ ତରି ଗଲେ କରି ତୁମ ଦରଶନ “

ଏବେ ଆମେ ବି କରିବା ଆରାଧନା :

ଯେ ପ୍ରାଣୀ ଲୋକତତ୍ତ୍ୱ ଜାଣେ
ମୋର ମହିମା ପରିମlଣେ
ବିଷୟା ଭ୍ରମରୁ ସଂସାରେ
ଆତ୍ମାକୁ ବୁଝାଇ ଆପଣେ
ସୁମତି ଆତ୍ମା ଗୁରୁ ପଣେ
ପ୍ରତ୍ୟକ୍ଷ କରେ ଆତ୍ମ ଜ୍ଞାନ
କି ଅବା କରେ ଅନୁମାନ

ଜୟ ଜଗନ୍ନାଥ,( ଦ. ତ୍ରି. ଉବାଚ )

Comments are closed.