Latest Odisha News

ଜିତିଲା ରୋହିତ ବାହିନୀ: ଇଂଲଣ୍ଡକୁ ହରାଇଲା 50 ରନରେ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍‌ରେ ଜିତିଛି  ଭାରତ। ପ୍ରଥମେ ଟିମ୍ ଇଣ୍ଡିଆ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଇଂଲଣ୍ଡ  ୧୪୮ ରନ୍‌ କରି ଶୋଚନୀୟ ପରାସ୍ତ ହୋଇଥିଲା । ଭାରତର ପୁରୁଖା ଦ୍ରୁତ ବୋଲର ଭୁବନେଶ୍ବର କୁମାର ପ୍ରଥମେ ପ୍ରଥମ ଓଭରର ପଞ୍ଚମ ବଲ୍‌ରେ  ଜୋସ୍ ବଟଲରଙ୍କୁ କ୍ଲିନ୍ ବୋଲ୍ଟ କରି ଇଂଲଣ୍ଡର ମନୋବଳ ଭାଙ୍ଗିଦେଇଥିଲେ । ତାପରେ ଗୋଟିଏ ପରେ ଗାେଟିଏ ଉଇକେଟ ଗଡିଚାଲିଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୀପକ ହୁଡା (୩୩), ସୂର୍ଯ୍ୟକୁମାର ଯାଦବ (୩୯) ଏବଂ ହାର୍ଦିକ ପାଣ୍ଡ୍ୟା (୫୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୮ ୱିକେଟ୍ ହରାଇ ୧୯୮ ରନ୍ କରିଥିଲା।

ପାଣ୍ଡ୍ୟା  ଭଲ ସଟ୍ ଖେଳିଥିଲେ।  ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ପରେ ଖୁବ୍ ଶୀଘ୍ର ପାଣ୍ଡ୍ୟାଙ୍କୁ ରିସ୍ ଟୋପଲି ଆଉଟ କରିଥିଲେ । ଶେଷ ଓଭରରେ ଦୀନେଶ କାର୍ତ୍ତିକ ଭାରତର ସ୍କୋରକୁ 195 ରନକୁ ନେଇଥିଲେ ।  20 ଓଭରରେ ଭାରତ 198 ରନ୍ ସଂଗ୍ରହ କରିଥିଲା।

ପାଣ୍ଡ୍ୟା ତାଙ୍କର ପ୍ରଥମ ଓଭରରେ ବିପଜ୍ଜନକ ଡେଭିଡ ମାଲାନ ଏବଂ ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରିଥିଲେ । ଷ୍ଟାର ଇଣ୍ଡିଆନ୍ ଅଲରାଉଣ୍ଡର ପୁଣିଥରେ ତାଙ୍କ ଦ୍ୱିତୀୟ ଓଭରରେ  ଜେସନ ରୟଙ୍କୁ ଆଉଟ କରିଥିଲେ। ସାମ୍ କୁରାନ୍ ପାଣ୍ଡ୍ୟାଙ୍କ ଚତୁର୍ଥ ଶିକାର ହୋଇଥିଲେ।

19.3 ଓଭରରେ ଇଂଲଣ୍ଡ 148 ରନ୍ କରି ଅଲ ଆଉଟ୍ ହୋଇଥିଲା। ୟୁଜବେନ୍ଦ୍ର ଚହଲ ଏବଂ  ଅର୍ଶଦୀପ ସିଂ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ହର୍ଷଲ ପଟେଲ ଗୋଟିଏ ୱିକେଟ୍ ନେଇଛନ୍ତି।
ଦ୍ୱିତୀୟ ଟି -20 ଆନ୍ତର୍ଜାତୀୟ ଶନିବାର ବର୍ମିଂହାମରେ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ 1-0-ରେ ଭାରତ ଆଗୁଆ ରହିଛି।

ରୋହିତ ଶର୍ମା କ୍ୟାପ୍ଟନକୁ ଫେରିଥିବା ବେଳେ 14 ବଲରେ 24 ରନ କରିଥିଲେ । କିନ୍ତୁ ସେ  ଟି-20 ଅଧିନାୟକ ହେବା ପରେ ଲଗାତାର 13ଟି ମ୍ୟାଚ ଜିତି ରେକର୍ଡ କରିଛନ୍ତି ।

COVID-19 କାରଣରୁ ଗତ ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିନଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.