Latest Odisha News

ଭାଷା ଭାଗବତ : ପୁନର୍ବିଶ୍ଳେଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୦

ସ୍ତାବକ ମିଠା ମିଛ କହି
ପାରେ ନେତାଂକ ମନ ମୋହି
ତହିଁରୁ ମିଳେ ଅନୁଗ୍ରହ
ଥାଉ ବା ନ ଥାଉ ଆଗ୍ରହ

କ୍ଷମତାଖୋର୍‌ ହେଲେ ଲୋକ
ମନରେ ଯଶ ଖ୍ୟାତି ଭୋକ
କ୍ରମଶଃ ହୁଏ ଅସଂଭାଳ
ଅଂତତଃ ମିଳେ ମିଠାଫଳ

ରାଜନୀତିର ଏହି ପ୍ରଥା
ଭାଷାରେ ଚଳିଲେ ଅଯଥା
ହୁଏନି ଭାଷାର ଉନ୍ନତି
ବୁଝଂତୁ ଭାଷାପ୍ରାଣ ବ୍ୟକ୍ତି

ସଂସ୍ଥା, ସମିତି, ପ୍ରତିଷ୍ଠାନ
ଗଠନ କରି ପ୍ରଶାସନ
ନିଯୁକ୍ତ କଲେ ପ୍ରିୟଜନ
ଘଟେନି ଭାଷା ଉନ୍ନୟନ

ପୂର୍ବରୁ ବାରଂବାର ସତ
ହୋଇଥିଲେ ହେଁ ପ୍ରମାଣିତ
ପୁନଶ୍ଚ ତହିଁର ସଂଧାନ
ଏଠାରେ ଚାଲେ ଘନଘନ

କ୍ଷମତାଧାରୀଂକର ସ୍ତୁତି
ଯୋଗୁଁ ହେଉଛି ଯେତେ କ୍ଷତି
ତହିଁର ପୁନର୍ବିଶ୍ଳେଷଣ
ନିମଂତେ ଲୋଡ଼ା ଏବେ ଯତ୍ନ

 

Comments are closed.