ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’
ଆଜିକାଲି ପରିସ୍ଥିତି ଏମିତି ହେଇପଡ଼ିଛି ଯେ କେହି ଆଉ କାହା କଥା ଶୁଣିବାକୁ ଅଥବା ସହିବାକୁ ପ୍ରସ୍ତୁତ ନୁହଁନ୍ତି। ଧୈର୍ଯ୍ୟ ଆଉ ସହନଶୀଳତା ଶକ୍ତିର ଘୋର ଅଭାବ ଦେଖାଯାଉଛି ପ୍ରତ୍ୟକ ବୟସ ବର୍ଗର ଲୋକଙ୍କ ପାଖରେ । ଏବେ ଗୋଟିଏ ଫୋବିଆ ମାଡ଼ିବସିଛି ସବୁ ଜାଗାରେ କିଛି ଟିକେ ଏପଟ ସେପଟ ହେଇଗଲେ ଆମେ ଜୀବନକୁ ହାରିଦେବୁ। ସାଙ୍ଗେ ସାଙ୍ଗେ ଅର୍ଥାତ ଆତ୍ମହତ୍ୟା ଯେମିତି ହାତ ପାହାନ୍ତାରେ। ସମସ୍ତେ (କିଛି ମାନସିକତା) ନିଜର ସମସ୍ୟାକୁ ସାମ୍ନା ନକରି ପାରି ଏଇ ହୀନ ମାନସିକତାକୁ ଆଦରି ନେଉଛନ୍ତି । ଯାହା ଆମ ସମାଜ ପାଇଁ ଗୋଟିଏ ପରେ ଶିକ୍ଷା ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେ ବେଳେ ଛାତ୍ରଛାତ୍ରୀ ପାଠର ଚାପ ସହିପାରୁନାହାନ୍ତି ତ କେତେ ଭୁଲ ବାଟରେ ଚାଲିଯାଇ ଏଇ ପନ୍ଥାକୁ ଆପଣେଇ ନେଉଛନ୍ତି ଆଉ କେତେ କ୍ଷେତ୍ରରେ ଯଦି ଦେଖିବା ଅନେକ ଲୋକମାନେ ଚାପର ବଶବର୍ତ୍ତୀ ହୋଇ ମଧ୍ୟ ଏ ରାସ୍ତାକୁ ଆଦରି ନେଉଛନ୍ତି । ପ୍ରେମ ସମ୍ପର୍କରେ ଫାଟର ଚାପ, ଚାକିରି କ୍ଷେତ୍ରରେ ଚାପ, ପାରିବାରିକ ବିବାଦ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ସମସ୍ୟାର ଚାପରେ । ତେଣୁ ଦେଖିବାକୁ ଗଲେ ଆମେ ସବୁର ମୂଳରେ ରହୁଛି ମାନସିକ ଚାପ ବା ଅବସାଦ । ଯାହା ଫଳରେ ସେମାନେ ଏତେ ବଡ଼ ଭୟଙ୍କର ଜିନିଷକୁ ବାଛିନେଉଛନ୍ତି ଯେ ଟିକେ ବି ହେଲେ ନିଜଠାରୁ ଅଧିକ ଭଲ ପାଉଥିବା ଆଉ ପଛରେ ଛାଡ଼ି ଯାଉଥିବା ମଣିଷ ମାନଙ୍କ କଥା ସେମାନେ ଭାବୁନାହାନ୍ତି ।
ଏ ହେଉଛି ଆଜିର ସମାଜର ସ୍ଥିତି । ଦୁର୍ବଳ ମାନସିକତା ଆଉ ନିଜ ମନର କଥା ଖୋଲି କରି କହିପାରୁନଥିବା ବ୍ୟକ୍ତି ବିଶେଷଙ୍କଠାରେ ଏଇ ପ୍ରକାର ମନୋଭାବ ବେଶୀ ପ୍ରକାଶ ପାଇଥାଏ । ନିମହାନ୍ସର ଏକ ଗବେଷଣାର ତଥ୍ୟରୁ ଜଣା ପଡିଛି ଯେ ପୃଥିବୀରେ ପ୍ରତି ବର୍ଷ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିଲା ବେଳେ ଭାରତୀୟ ଙ୍କ ସଂଖ୍ୟା ହେଉଛି ୧. ୩୫ । ଦେଖିବାକୁ ଗଲେ ଭାରତ ହେଉଛି ପୃଥିବୀର ଅନ୍ୟତମ ଆତ୍ମହତ୍ୟା ପ୍ରବଣତା ଦେଶ । ଭାରତ ଭିତରେ ୨୦ ରୁ ୫୦ ବର୍ଷ ବୟସର ଲୋକଙ୍କ ସଂଖ୍ୟା ଅଧିକ ।
ବାପା, ମାମାନେ ଅଧିକ ସମୟ ପିଲାମାନଙ୍କୁ ନଦେବା । ସ୍ୱାମୀ, ସ୍ତ୍ରୀ ଭିତରେ ଭୁଲ ବୁଝାମଣା ଯୋଗୁଁ ଏଇ ସବୁ ସମସ୍ୟା ଅଧିକ ପରିମାଣ ରେ ବଢିଚାଲୁଛି। ଏଇ କିଛି ତଳେ ଟେଲିଭିଜନରେ ଜଣେ ମାଆଟିଏ କହୁଥାଏ ମୋ ପୁଅ କେବେଠାରୁ ଆତ୍ମହତ୍ୟା କରିଦେବି କରିଦେବି ବୋଲି କହୁଥିଲା ଆମେ ତାକୁ ସବୁ ସମୟ ଜଗି ବସୁଥିଲୁ କିନ୍ତୁ ସେ ଶେଷରେ ଆତ୍ମହତ୍ୟା ହିଁ କରିଦେଲା । ଯଦି ସେ ଜାଗାରେ ମାଆ, ବାପା ତୁରନ୍ତ କୌଣସି ମାନସିକ ରୋଗ ଡାକ୍ତରଙ୍କ ସାଙ୍ଗରେ ଉଚିତ ପରାମର୍ଶ କରିଥାନ୍ତେ ତାହେଲେ ପିଲାଟି ନିଶ୍ଚିତ ଭାବରେ ଏଥିରୁ ମୁକୁଳିପାରିଥାନ୍ତା । ତେଣୁ କଥା ହେଉଛି ଏଇଠି ଏ ସବୁକୁ ଯଦି ଆମେ ଖୋଲା ଖୋଲି କାହା ସାଙ୍ଗରେ ଆଲୋଚନା କରି ପାରିବା ଆଉ ନିଜର କିଛି ସମସ୍ୟାର ସମାଧାନର ବାଟ ଖୋଜିବା ତାହେଲେ ଏମିତି ସ୍ଥିତି ଆଜି ଆଉ ସମାଜରେ ଆସିବ ନାହିଁ । ପିଲାମାନଙ୍କ କ୍ଷେତ୍ରରେ ନିଃସଙ୍ଗତା ଏବେ ବେଶୀ ପ୍ରଭାବ ପକାଉଛି । ଆଜି କାଲି ଆଉ ଯୌଥ ପରିବାର ନାହିଁ ଆଉ ସମସ୍ତେ ଗୋଟିଏ ଗୋଟିଏ ସନ୍ତାନରେ ସୀମିତ। ସେଥିପାଇଁ ଯେତେ ଅଧିକରୁ ଅଧିକ ସମୟ ଆମେ ପରିବାର ସହିତ ବାଣ୍ଟିବା ତାହେଲେ ବହୁତ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । ଆଉ ଯେତେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସୁଛି ସେମିତି କାହିଁକି “ମୁଁ ଆଗ ସବୁ କଥା ରେ ସାଲିସ କରିବି ବୋଲି ଯଦି ଜିଦ ଧରିବା ତାହେଲେ ସେଠି କଥାର ଆଉ ସମାଧାନ ବାହାରିବ ନାହିଁ । ବରଂ ପରିସ୍ଥିତି ଆଉ ବେଶୀ ଖରାପ ଆଡ଼କୁ ଗତି କରିବ।
ପୁରୁଷ ଲୋକମାନେ ସାଧାରଣତଃ ଜିଦି ଆଉ ନିଜର ପ୍ରାଧାନ୍ୟ ଜାହିର କରିବାକୁ ସବୁ ପରିସ୍ଥିତିରେ ସାଲିସ କରନ୍ତି ନାହିଁ ସେ କ୍ଷେତ୍ରରେ ମହିଳାମାନେ ଯଦି ଟିକେ ସମ୍ବେଦନଶୀଳ ହୋଇଯିବେ ତା’ ହେଲେ ପରିସ୍ଥିତିରେ ବହୁତ ସୁଧାର ଆସିଯିବ ଏଥିରେ ସନ୍ଦେହ ନାହିଁ । ପିଲାମାନଙ୍କ କ୍ଷେତ୍ରରେ ପରିବାର ବର୍ଗଙ୍କ ଦାୟିତ୍ୱ ବହୁତ ଅଧିକ । ମାନସିକ ଆଉ ନୈତିକ ସ୍ତରରେ ମଜବୁତ କଲେ ସେ ସବୁ ସମସ୍ୟାକୁ ଆରାମ ସେ ସମାଧାନ କରି ପାରିବ ।।ପରିଶେଷରେ ନିଜକୁ ଆମେ ଯେତେ ଖୋଲା କରିପାରିବା ମାନସିକ ଚାପକୁ କାହା ଆଗରେ କହିପାରିବା ସେ ଗୋଟିଏ ଭଲ ବନ୍ଧୁ ହେଉ କିମ୍ବା ପରିବାରର କିଏ ବି ହେଉ ତାହେଲେ ସେଇ ଜାଗାରେ ଆତ୍ମହତ୍ୟାକୁ ଆମ ସମାଜର କିଛି ଲୋକ ଆଉ ଶେଷ ପନ୍ଥା ବୋଲି ଭାବିବେ ନାହିଁ । ନିୟମିତ ଭାବରେ ଯୋଗ, ପ୍ରାଣାୟାମ ପରିଶେଷରେ ଭଗବାନଙ୍କ ପାଖରେ ଅତୁଟ ବିଶ୍ୱାସ ଏଇ ସବୁ ପ୍ରକାର ଦୁର୍ବଳ ମାନସିକତାରୁ ରକ୍ଷା କରିବାର ଏକ ପ୍ରକୃଷ୍ଟ ମାଧ୍ୟମ ହୋଇପାରିବ ।
Comments are closed.