Latest Odisha News

BREAKING NEWS

ନିଜକୁ ‘ଭଗବାନ’ କହିଲେ ମନ୍ତ୍ରୀ, ଜାଣନ୍ତୁ କାହିଁକି…

ବାରିପଦା : ଏବେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବ୍ୟବହାର ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ବିରୋଧରେ ଆସିଥିବା ସଙ୍ଗୀନ ମାମଲା ଏକ ରାଜନୈତିକ ବିଷୟ ବସ୍ତୁ ପାଲଟିଛି । ଖାଲି ସେତିକି ନୁହେଁ ଏବେ ‘ବାଥୋଡି’ ସମ୍ପଦ୍ରାୟର ଭଗବାନ ଭାବେ ଅଭିହିତ କରୁଥିବା ଓଡିଶାର ଜଣେ ମନ୍ତ୍ରୀ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ।

ଆମେ କଥା ହେଉଛି ରାଜସ୍ୱ ଓ ଦୁର୍ବିପାକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମ୍ପର୍କରେ । ଯିଏକି ନିଜକୁ ବାଥୋଡି ସମ୍ପ୍ରଦାୟର ଭଗବାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସହ ତୁଳନା କରିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି ।

ମିଳିଥିବା ସୂଚନାନୁଯାୟୀ ମନ୍ତ୍ରୀ ଜଣକ ଏକ ଜନସଭାରେ ବୁଧବାର ଦିନ ଏହି ଟିପ୍ପଣୀ ଦେଇଛନ୍ତି । ମୟୂରଭଞ୍ଜର ହରିବଳଦେବ ଜିଉ ମନ୍ଦିରର ସେବାୟତମାନେ ବିଭିନ୍ନ ଦାବି ନେଇ ବାରିପଦାରୁ ଭୁବନେଶ୍ୱର ଯାଏଁ ପଦଯାତ୍ରା କରୁଥିବା ପରିପ୍ରେକ୍ଷୀରେ ଏହି ମନ୍ତବ୍ୟ ପ୍ରଦାନ କରିଥିଲେ ମନ୍ତ୍ରୀ ।

ମନ୍ତ୍ରୀଙ୍କର କହିବା କଥା ହେଲା, ଯେହେତୁ ସେ ସ୍ଥାନୀୟ ମନ୍ତ୍ରୀ ସେବାୟତମାନେ ପ୍ରଥମେ ତାଙ୍କୁ ଭେଟି ତାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇବାର ଥିଲା । ଏହା ନକରି ସେବାୟତମାନେ ନବୀନ ନିବାସ ଯିବାକୁ ଉଚିତ୍ ମଣିନାହାନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ଦୈନିକ ଇଂରାଜୀ ଖବର କାଗଜ ‘ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ମନ୍ତ୍ରୀ ଦେଇଥିବା ଏହି ଟିପ୍ପଣୀଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଘୂରି ବୁଲୁଛି ।

କିଏ କ’ଣ କହିଲେ-

ଏସମ୍ପର୍କରେ ପ୍ରତିକ୍ରିୟା ରଖି ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମନ୍ତ୍ରୀଙ୍କର ଏହି ଟିପ୍ପଣୀ ଲଜ୍ଜାଜନକ ଏବଂ ସେବାୟତମାନେ କରିଥିବା ଦାବି ଗୁଡିକ ଯୁକ୍ତିଯୁକ୍ତ ତଥା ନ୍ୟାୟ ସଂଗତ ।

ଏସମ୍ପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେ ୨ ଥର ମନ୍ତ୍ରୀ ହେବା ପରେ ଏହିପରି ବ୍ୟବହାର ପ୍ରଦର୍ଶନ କରଉଛନ୍ତି ।

ସେହିପରି ଜେଏମଏମ ନେତା କଳିଙ୍ଗ କେଶରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କର ଏପରି ବିବୃତିରୁ ଜଣାପଡୁଛି ଯେ ସେ ଜଣେ ନେତା ଭାବେ ବିବେଚିତ ନୁହଁନ୍ତି ।

Leave A Reply

Your email address will not be published.