Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୩ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ଗରୁଡ଼ଙ୍କ ଜନ୍ମ ବୃତ୍ତାନ୍ତ। ଜାଣିବା ପରେ ନୀତିଜ୍ଞ ଚାଣକ୍ୟଙ୍କ ଗୋଟିଏ ଉକ୍ତି ମନେ ପଡେ , ଶୁଦ୍ଧ ଓଡ଼ିଆରେ ତାର ଅନୁବାଦ ଏହିପରି କରାଯାଇଛି।

“ଶହେ ମୁରୁଖ ରୁ ଜାତ ଏକ ଗୁଣି ପୁଅ
ଏକ ଚାନ୍ଦ କରେ ଦେଖ ଜଗତ ଆଲୁଅ ।”

ତେଣୁ ଗରୁଡ଼ ମାତାଙ୍କ ନୀତି ନିଷ୍ଠତl ଯୋଗୁ ଏଭଳି ବଳବାନ ଓ ବୁଦ୍ଧିମାନ ହୋଇ ଗରୁଡ଼ ଭକ୍ତରାଜ ଭାବରେ ଶ୍ରୀବିଷ୍ଣୁଙ୍କ ବାହାନରୂପେ ପୂଜା ପାଇ ଆସୁଛନ୍ତି। ଶ୍ରୀମନ୍ଦିର ମଧ୍ୟରେ ନାଟମଣ୍ଡପର ଶେଷ ଭାଗରେ ଅର୍ଥାତ ଭୋଗ ମଣ୍ଡପର ସମ୍ମୁଖରେ ୫ ଫୁଟ ୫ ଫୁଟର ବର୍ଗlକାର ପିଢ଼ି ଉପରେ ୩ ଫୁଟ ଗୋଲେଇ ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସ୍ତମ୍ଭ ଉପରେ ଥିବା ଏକ ବଇଠିରେ ୨ ଫୁଟ ଉଚ୍ଚତାର ଗରୁଡ଼ ମହାରାଜଙ୍କ ମୂର୍ତ୍ତି ଅତ୍ୟନ୍ତ ମନୋହର।

ସବୁଠାରୁ ଆକର୍ଷଣର କେନ୍ଦ୍ର ଏହି ଗରୁଡ଼ ସ୍ତମ୍ଭଟି ଧବଳ ରଙ୍ଗର ଓ ଏହା କାଠ ବା ପାଷାଣର ନୁହେଁ। ଏହା ଏକ ବିରଳ ଜୀବlସ୍ମ (ଫସିଲ )। ତେଣୁ ଅତ୍ୟନ୍ତ କୋମଳ ଅଟେ। ଏହା ଉପରେ ଭକ୍ତରାଜ ଗରୁଡ଼ ଦକ୍ଷିଣ ଜାନୁ ଭୂମିରେ ରଖି ବାମ ଜାନୁ ଉଠାଇ ଯୋଡ ହସ୍ତରେ ସର୍ବଦା ଧ୍ୟ୍ୟନ ମଗ୍ନ ଅଛନ୍ତି। ରତ୍ନ ସିଂହାସନ ଠାରୁ ପ୍ରାୟ ୭୫ ଫୁଟ ଦୂରତାରେ ରତ୍ନ ସିଂହାସନ ସହ ଏକ ସରଳ ରେଖାରେ ଅବସ୍ଥିତ ଏହି ସ୍ତମ୍ଭ ରତ୍ନ ସିଂହାସନ ସହ ସମାନ ଉଚ୍ଚତାରେ ଭକ୍ତ ଗରୁଡ଼ଙ୍କ ବଇଠି ରହିଛି। କୁହାଯାଏ ଠିକ ପ୍ରଭୁଙ୍କର ପାଦ ତଳେ ରହି ଦୀନଜନଙ୍କ ଗୁହାରି ସେ ପ୍ରଭୁଙ୍କ ପାଖରେ ଉପସ୍ଥାପିତ କରନ୍ତି। ତେଣୁ ତାଙ୍କରି ସ୍ତମ୍ଭ ତଳେ ରହି ଭକ୍ତ ଟିଏ ଗାଏ

“ଯଥାତ୍ବଂ ସଂପୁଟ କର ସତତଂ ନତ ସ୍କନ୍ଧର, ତତୈବ ପୁରତୋ ବିଷ୍ଣୁ ଅସ୍ତ୍ୱତ୍ୱ ପ୍ରସାଦlତ ଭବାମ୍ୟହମ ।” ଅର୍ଥାତ ହେ ଗରୁଡ଼ ମହାରାଜ, ତୁମେ ଯେପରି ହାତଯୋଡି, ମୁଣ୍ଡ ନୁଆଇଁ ମହାପ୍ରଭୁଙ୍କ ପାଦପଦ୍ମରେ ମନ ନିବେଶ କରିଛ ତୁମ ଆଶୀଷରୁ ଆମ୍ଭମାନଙ୍କୁ ସେହି ଭାବଭକ୍ତି ପ୍ରଦାନ କର। କୁହାଯାଏ ଗରୁଡ଼ ଖୁମ୍ବକୁ କୁଣ୍ଢାଇ ଏପରି ଚିନ୍ତା କରିବା ମାତ୍ରେ ହୃଦୟରେ ଅପାର bhakti ଜାତ ହୁଏ । ଆସନ୍ତୁ ସେହି ଅପାର ଭକ୍ତି ସହକାରେ କରିବା ଆରାଧନା।

ଯେ ପ୍ରାଣୀ ଅକିଞ୍ଚନ ମତ
ଶମ ସୁଶାନ୍ତ ଦାନ୍ତ ଚିତ୍ତ ।
ମୋର ଆନନ୍ଦ ରସେ ରସେ
ସୁଖ ସମୁଦ୍ରେ ନିତ୍ୟ ଭାସେ ।
ମୁଁ ଯାହାକୁ ହୁଏ ସଦୟ 
ତାହାର କାହିଁ ଦୁଃଖ ଭୟ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବା ଚ )

Comments are closed.