Latest Odisha News

BREAKING NEWS

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ୨୮ ଜିଲ୍ଲାରୁ ୧୦୪୩ ସଂକ୍ରମିତ ଚିହ୍ନଟ

ଭୁନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଶହେ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୪ଟି ମାମଲା ସ୍ଥାନୀୟ ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲାରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ବାଲେଶ୍ୱରରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗିରରୁ ୭ ଜଣ, ବୌଦ୍ଧରୁ ୧୩ ଜଣ, କଟକରୁ ୨୦୫ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୩ ଜଣ, ଗଜପତିରୁ ୧୦ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, କେନ୍ଦୁଝରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଖୋର୍ଦ୍ଧାରୁ ୩୩୫ ଜଣ, କୋରାପୁଟରୁ ୪ ଜଣ, ମୟୂରଭଞ୍ଜରୁ ୨୮ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ୧୯ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩୧ ଜଣ, ସୋନପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ ଓ ଷ୍ଟେଟପୁଲରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୧୪ ସୁଦ୍ଧା ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ୪.୧୮ ପ୍ରତିଶତ ରହିଛି ।

ଖୋର୍ଦ୍ଧା ଜିଲ୍ଲାରେ ଟିପିଆର୍ ୧୩.୧୭ ପ୍ରତିଶତ ଥିବା ବେଳେ କଟକରେ ଟିପିଆର୍ ୭.୬୭ ପ୍ରତିଶତ, ପୁରୀରେ ୮.୫୪ ପ୍ରତିଶତ, ସୁନ୍ଦରଗଡ଼ରେ ୬.୫୧ ପ୍ରତିଶତ, ସମ୍ବଲପୁରରେ ୬.୭୭ ପ୍ରତିଶତ ରହିଛି । ଏବେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ଜଗତସିଂହପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ୟେଲୋ ଜୋନରେ ରହିଛି ।

Leave A Reply

Your email address will not be published.