Latest Odisha News

BREAKING NEWS

ଏଜୁକେସନ୍ ପରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍, ବାତିଲ୍ ହେଲା ପରୀକ୍ଷା

ସମ୍ବଲପୁର: ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଗତକାଲି ଏଜୁକେସନ୍, ଆଜି ଫିଜିକ୍ସ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ଯୁକ୍ତ ୩ ଶେଷ ବର୍ଷର ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବେଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ।

ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜି ଦିନ ୧୦ଟାରେ ହେବାକୁ ଥିବା ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି । କେବେ ପୁଣି ପରୀକ୍ଷା ହେବ ଜଣାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ କିଭଳି, କେଉଁଭଳି ସ୍ଥିତିରେ ଏଜୁକେଶନ୍ ପରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହେଲା ତାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ୱୀକାର କରିଥିଲେ କର୍ତ୍ତୃପକ୍ଷ । ଗୁରୁବାର ସକାଳେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା ଓ ଭାଇରାଲ୍ ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହ ମଧ୍ୟ ମିଶୁଥିଲା । ଫଳରେ ଏଜୁକେସନ ଅନର୍ସ ପରୀକ୍ଷା ବାତିଲ୍ ହୋଇଥିଲା । ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ୍ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯିଏ ଏଥିରେ ସମ୍ପୃକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

Leave A Reply

Your email address will not be published.