Latest Odisha News

BREAKING NEWS

୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣର ଅଭିଯୁକ୍ତଙ୍କୁ କାନାଡାରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଶିଖ ନେତା ରିପୁଦମନ ସିଂ ମାଲିକଙ୍କୁ ଆଜି କାନାଡାରେ ଗୁଳି କରି ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତାଙ୍କ ଘର ନିକଟରେ ୩ଟି ଗୁଳି ଫୁଟିବା ଶବ୍ଦ ଶୁଣା ଯାଇଥିଲା । କିଛି ସମୟ ପରେ ପୋଲିସ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଏୟାର ଇଣ୍ଡିଆ ବିମାନ କନିଷ୍କ ହାଇଜ୍ୟାକ ମାମଲାରେ ସେ ଅଭିଯୁକ୍ତ ଥିଲେ ମଧ୍ୟ ପରେ ସେ ଏଥିରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ଗୁଳି କିଏ ମାରିଲା ଓ କଣ ପାଇଁ ତାହା ସ୍ପଷ୍ଟ ହୋଇ ନାହିଁ । ସେ ପ୍ରଥମେ ଖଲିସ୍ତାନ ଆନ୍ଦୋଳନର ସକ୍ରିୟ ସଦସ୍ୟ ଥିଲେ । ପରେ ତାଙ୍କ ମତ ପରିବର୍ତନ ହୋଇଥିଲା ଏବଂ ସେ ଏଥିରୁ ଓହରି ଯାଇଥିଲେ ।

୧୯୭୨ରେ ସେ କାନାଡା ଯାଇ କ୍ୟାବ ଡ୍ରାଇଭର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ଏକ ସଫଳ ବ୍ୟବସାୟୀ ପାଲଟି ଯାଇଥିଲେ । କାନାଡାରେ ସତନାମ ଏଜୁକେଶନ ସୋସାଇଟିର ଅଧ୍ୟକ୍ଷ ଥିଲେ ଓ ଖାଲସା ସ୍କୁଲ ଚଳାଉଥିଲେ । କାନାଡା ପାଠ୍ୟକ୍ରମ ବ୍ୟତୀତ ଏହି ସ୍କୁଲରେ ପଂଜାବୀ ଓ ଶିଖ ଇତିହାସ ପଢ଼ା ଯାଉଥିଲା ।

Leave A Reply

Your email address will not be published.