Latest Odisha News

ରୁବିୟା ସଏଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଏଦଙ୍କ ଝିଅ ରୁବିୟା ସଏଦ ଅପହରଣ ଘଟଣାରେ ଶୁକ୍ରବାର ବଡ ଖୁଲାସା ହୋଇଛି । ସିବିଆଇର ସ୍ୱତନ୍ତ୍ର ଅଦାଲତରେ ରୁବିୟା ତାଙ୍କୁ ଅପହରଣ କରିଥିବା ୟାସିନଙ୍କ ସମେତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରିଛନ୍ତି । ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ହେଲେ ରୁବିୟା । ପ୍ରଥମ ଥର ପାଇଁ ଏହି ଅପହରଣ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହା ଯାଇଥିଲା । ରୁବିୟାଙ୍କ ଅପହରଣ ୮ ଡିସେମ୍ବର ୧୯୮୯ରେ ହୋଇଥିଲା । ତାଙ୍କୁ ମୁକ୍ତ କରିବା ପାଇଁ ୧୩ ଡିସେମ୍ବରରେ ସରକାରଙ୍କୁ ୫ ଆତଙ୍କବାଦୀଙ୍କୁ ଛାଡିବାକୁ ପଡିଥିଲା । ସେ ସମୟରେ ମୁଫତି ମହମ୍ମଦ ସୟେଦ ଭାରତର ଗୃହମନ୍ତ୍ରୀ ଥିଲେ ।

ସେ ସମୟରେ ଏହି ଘଟଣା ସାରା ଭାରତରେ ଚହଳ ପକାଇଥିଲା । ଏହି ଅପହରଣ ପଛରେ ଷଡଯନ୍ତ୍ର ଥିବା ଅନୁମାନ କରାଯାଇଥିଲା । ଧିରେ ଧିରେ ଏହା ପ୍ରମାଣିତ ହେବାରେ ଲାଗିଛି । ବିଭିନ୍ନ ମହଲରୁ ଚାପ ପଡିବା ପରେ ୧୯୯୦ରେ ସିବିଆଇ ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲା । ରୁବିୟାଙ୍କ ଓକିଲ ଅନୀଲ ସେଠୀଙ୍କ ଅନୁସାରେ ଫଟୋ ମାଧ୍ୟମରେ ସେ ତାଙ୍କ ଅପହରଣକାରୀଙ୍କୁ ଚିହ୍ନିଥିଲେ । ଏହି ଘଟଣାର ପରବର୍ତୀ ଶୁଣାଣୀ ୨୩ ଅଗଷ୍ଟରେ ହେବ ।

Comments are closed.