ମାଡ୍ରାସ: ବଲିଉଡରେ ସଫଳ କଳାକାରଙ୍କ ପିଲାମାନେ ଅଭିନୟ ପତି ବିଶେଷ ଭାବେ ଆକୃଷ୍ଟ ହେଉଥିବା ବେଳେ ଆର.ମାଧବନଙ୍କ ପୁତ୍ର ବେଦାନ୍ତଙ୍କ କ୍ଷେତ୍ରରେ କିନ୍ତୁ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ସେ ସନ୍ତରଣରେ କ୍ୟାରିୟର କରିବା ସହ ଦେଶ ପାଇଁ ଗୌରବ ଆଣିବା ନେଇ ଜିଦ ଧରିଛନ୍ତି । ରବିବାର ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପରେ ରେକର୍ଡ କରିଛନ୍ତି ବେଦାନ୍ତ । ୧୫୦୦ ମିଟର ଫ୍ରିଷ୍ଟାଇଲ ଇଭେଂଟରେ ବେଦାନ୍ତ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ମାଧବନ ଏହି ଖୁସି ଖବର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ୟୁଜର୍ସମାନେ ମଧ୍ୟ ଉଭୟ ମାଧବନ ଏବଂ ତାଙ୍କ ପୁତ୍ରଙ୍କ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି । ବିଜୟ ଧାରା ବଜାୟ ରହୁ ବୋଲି ମାଧବନ ପୁଅଙ୍କୁ ପ୍ରଶଂସା କରି ଲେଖିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ବେଦାନ୍ତ ଡାନୀଶ ଓପନ ୮୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଅବସରରେ ବେଦାନ୍ତ କୋଚ ପ୍ରଦୀପ ସାର ଓ ଭାରତୀୟ ସନ୍ତରଣ ଫେଡେରେଶନକୁ ସେ ଧନ୍ୟବାଦ ଜଣାଇଛନ୍ତି ।
BREAKING NEWS
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
- ସୁବର୍ଣ୍ଣରେଖାରେ ଭାସିଗଲେ ପର୍ଯ୍ୟଟକ, ଉତ୍ତରପ୍ରଦେଶରୁ ଆସିଥିଲେ…
- ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା
- Asian Games: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ, ପାକିସ୍ତାନକୁ ହରାଇ ଗୋଲ୍ଡ ହାତେଇଲା ଟିମ୍ ଇଣ୍ଡିଆ

Comments are closed.