ମାଡ୍ରାସ: ବଲିଉଡରେ ସଫଳ କଳାକାରଙ୍କ ପିଲାମାନେ ଅଭିନୟ ପତି ବିଶେଷ ଭାବେ ଆକୃଷ୍ଟ ହେଉଥିବା ବେଳେ ଆର.ମାଧବନଙ୍କ ପୁତ୍ର ବେଦାନ୍ତଙ୍କ କ୍ଷେତ୍ରରେ କିନ୍ତୁ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ସେ ସନ୍ତରଣରେ କ୍ୟାରିୟର କରିବା ସହ ଦେଶ ପାଇଁ ଗୌରବ ଆଣିବା ନେଇ ଜିଦ ଧରିଛନ୍ତି । ରବିବାର ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପରେ ରେକର୍ଡ କରିଛନ୍ତି ବେଦାନ୍ତ । ୧୫୦୦ ମିଟର ଫ୍ରିଷ୍ଟାଇଲ ଇଭେଂଟରେ ବେଦାନ୍ତ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ମାଧବନ ଏହି ଖୁସି ଖବର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ୟୁଜର୍ସମାନେ ମଧ୍ୟ ଉଭୟ ମାଧବନ ଏବଂ ତାଙ୍କ ପୁତ୍ରଙ୍କ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି । ବିଜୟ ଧାରା ବଜାୟ ରହୁ ବୋଲି ମାଧବନ ପୁଅଙ୍କୁ ପ୍ରଶଂସା କରି ଲେଖିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ବେଦାନ୍ତ ଡାନୀଶ ଓପନ ୮୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଅବସରରେ ବେଦାନ୍ତ କୋଚ ପ୍ରଦୀପ ସାର ଓ ଭାରତୀୟ ସନ୍ତରଣ ଫେଡେରେଶନକୁ ସେ ଧନ୍ୟବାଦ ଜଣାଇଛନ୍ତି ।
BREAKING NEWS
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
Comments are closed.