କମ୍ପାଲା: ଉଗାଣ୍ଡାରେ ଓସାମା ଆତଙ୍କ ସୃଷ୍ଟି କରିଥିଲା । ୧୯୯୧ରୁ ୨୦୦୫ ମଧ୍ୟରେ ଓସାମା ୮୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଖାଇଥିଲା । ଆମେ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ କଥା କହୁ ନାହିଁ । ଏହି ଓସାମା ହେଲା ଏକ ବିଶାଳକାୟ କୁମ୍ଭୀର । ହ୍ରଦ କୂଳରେ ଛପି କରି ଏହା ରହିଥାଏ, ଆଉ ସେ ସମୟରେ ଯିଏ ତା ହାବୁଡରେ ପଡିଲା ତାର ବଂଚିବା ଅସମ୍ଭବ । ଆଫ୍ରିକାର ସବୁଠାରୁ ବଡ ହ୍ରଦ ଭିକ୍ଟୋରିଆରେ ରହୁଥିବା ଓସାମା ନୌକା ତଳେ ଶାନ୍ତ ଭାବେ ଯାଉଥାଏ । ଆଉ ଯେଉଁଠାରେ ସୁଯୋଗ ମିଳିଲା……..ସେଠି ଆକ୍ରମଣ କରିବାକୁ ପଛାଏ ନାହିଁ । ବହୁ କଷ୍ଟରେ ଏହି ଚର୍ଚ୍ଚିତ କୁମ୍ଭୀରକୁ ୨୦୦୫ରେ ଧରା ଯାଇଥିଲା । ଏଥିପାଇଁ ବନ୍ୟ ଅଧିକାରୀଙ୍କୁ ୭ ଦିନ ସମୟ ଲାଗିଥିଲା । ଅବଶ୍ୟ ଧରାପଡିବା ପରେ ଏହି କୁମ୍ଭୀରକୁ ମରାଯାଇ ନ ଥିଲା । ଏକ ବ୍ରିଡିଂ ପ୍ରୋଗ୍ରାମରେ ତାକୁ ପଠା ଯାଇଥିଲା । ସେ ଏତେ ବିଶାଳକାୟ (ପାଖାପାଖି ୧୬ ଫୁଟ)ଥିଲା ଯେ, ତାକୁ ସ୍ଥାନୀୟ ବାସିନ୍ଦା ଭାବେ ଅମର ବୋଲି ଭାବି ନେଇଥିଲେ । ବିଶେଷ କରି ଲୁଗାଂଗା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା । ଆଜିର ଦିନରେ ଓସାମା ଧରା ପଡିଥିବାରୁ ପୁନର୍ବାର ଏହାର ଆଲୋଚନା ଜୋର ଧରିଛି ।
BREAKING NEWS
- ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୧୧ ପୋଲିସ କର୍ମୀ ନିହତ
- ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ନେପାଳ, ତୀବ୍ରତା ୪.୯…
- ଉତ୍ତର ପ୍ରଦେଶରେ ତୃତୀୟ ସାମ୍ମୁଖ୍ୟର ପ୍ରସ୍ତୁତି: ଓୱେସୀ-ଚନ୍ଦ୍ରଶେଖରଙ୍କ ମେଣ୍ଟ କାହାର ବିଗାଡ଼ିବ ଖେଳ?
- ଚିତା ବାଘ ଶିକାର ଯୋଜନା ପଣ୍ଡ, ୨ ଜଣଙ୍କୁ ବାନ୍ଧିଲା ବନ ବିଭାଗ
- ଦରବୃଦ୍ଧିକୁ ନେଇ ଜଳୁଛି ସ୍ପେନ୍, ଘର ଭଡ଼ାକୁ ନେଇ…
- ଜୀବନର ନୂଆ ଇନିସ୍ ଆରମ୍ଭ କଲେ ଅର୍ଶଦୀପ, ଫିଲ୍ମ ଅନ୍ଦାଜରେ କଲେ ଏଭଳି…
- ଭିଜା ବ୍ୟବସ୍ଥାରେ ବଡ଼ ସଂସ୍କାର: ବିଦେଶୀଙ୍କ ଯାତ୍ରା ଓ ରହଣି ନିୟମରେ ଆସିଲା ନୂଆ ଗାଇଡଲାଇନ୍
- ସରଳ ହେବ ବନ୍ଦୀ ଜୀବନରୁ ମୁକ୍ତି ବ୍ୟବସ୍ଥା, ଆଗୁଆ ମୁକୁଳିବେ ବୟସ୍କ ଓ ରୋଗାଗ୍ରସ୍ତ କଏଦୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍ଚର୍ ସହ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ
- ନଭେମ୍ବର ୨୪ରେ ଐତିହାସିକ ବାଲିଯାତ୍ରାକୁ ଉଦଘାଟିତ କରିବେ ରାଷ୍ଟ୍ରପତି
Comments are closed.