Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପ୍ରେମୀ ଯୁଗଳଙ୍କ ରକ୍ଷାକର୍ତ୍ତା ସାଙ୍ଗଡ ଗାଁର ଶଙ୍ଗଚୂଳ ମହାଦେବ

ହିମାଚଳପ୍ରଦେଶ: ଯଦି ଆପଣ ପ୍ରେମ କରୁଛନ୍ତି । ଆଉ ସମାଜ ତାର ବିରୋଧୀ। ତେବେ ଏହି ମାମଲାରେ ଜଣେ ହିଁ ମାତ୍ର ରକ୍ଷାକର୍ତ୍ତା। ଏହି ସ୍ଥାନକୁ ଚାଲିଗଲେ କେବଳ ସେହି ରକ୍ଷକ ନୁହନ୍ତି ପୁରା ଗାଁ ଲୋକଙ୍କ ପ କ୍ଷରୁ ମିଳେ ସାହାଯ୍ୟ ସହଯୋଗ । ପ୍ରେମୀ ଯୁଗଳଙ୍କ ପାଇଁ ବେଶ ନିରାପଦ ସ୍ଥାନ। ଦେବତାଙ୍କ ନିୟମ ମାନି ଗାଁର ଲୋକେ ଏମାନଙ୍କୁ ରକ୍ଷା କରିଥାନ୍ତି ।

ଏ ହେଉଛି ସିମଲାଠୁ କିଛି ଦୂରରେ ଥିବା କୁଲ୍ୁର ସାଙ୍ଗଡ ଗାଁର ଶଙ୍ଗଚୂଳ ମହାଦେବଙ୍କ ମନ୍ଦିର। ଘର ଛାଡି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କ ମହାଦବ ହେଉଛନ୍ତି ରକ୍ଷାକର୍ତ୍ତା। ମନ୍ଦିର ସୀମା ମଧ୍ୟରେ ରହିଥିବା ଏହି ପ୍ରେମୀଙ୍କୁ କେହି ଛୁଇଁ ବି ପାରନ୍ତି ନାହିଁ। ଥରେ ସୀମା ଭିତରକୁ ପଶିଆସିଲେ ମହାଦେବଙ୍କ ନାଁରେ ପୁରା ଗାଁ ସେମାନଙ୍କ ରକ୍ଷା କର୍ତ୍ତ ପାଲଟିଯାନ୍ତି। ଖାଲି ସେତିକି ନୁହେଁ ଏହି ଗାଁରେ ପୁଲିସକୁ ବି ପ୍ରତିବନ୍ଧକ ଲଗାଯାଇଛି।

ପ୍ରାକୃତିକ ମନୋରମ ପରିବେଶ ଭିତରେ ରହିଛି ମହାଦେବଙ୍କ ମନ୍ଦିର। ଏଠାରେ କୌଣସି ମାଦକ ଦ୍ରବ୍ୟରୁ ଚମଡ଼ା ଜିନିଷ ଓ କୌଣସି ଅସ୍ତ୍ର ଆଣିବାକୁ ନିୟମ ବିରୋଧ। ମନ୍ଦିର ପରିସରରେ ଉଚ୍ଚ ସ୍ୱରରେ କଥା ହେବାକୁ ବାରଣ କରାଯାଇଛି। ଯେପର୍ଯ୍ୟନ୍ତ ପ୍ରେମୀ ଯୁଗଳଙ୍କ ସମସ୍ତ ସମସ୍ୟା ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଏମାନେ ଏଠାରେ ସୁରକ୍ଷିତ ଭାବେ ମହାଦେବଙ୍କ ଶରଣରେ ରହିବେ।

ଏନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ। କୁହାଯାଏ ଅଜ୍ଞାତବାସ ପାଣ୍ଡବଙ୍କ ସମୟରେ ସେମାନେ ଏଠି ବନବାସ କରିଥିଲେ। ଆଉ ଏଠାରେ ଶଙ୍ଗଚୂଳ ମହାଦେବ ସେମାନଙ୍କୁ ସୁରକ୍ଷା ଦେଇଥିଲେ। ଆଉ ସେବେଠାରୁ ରହିଆସିଛି କୌଣସି ପ୍ରେମୀ ଯୁଗଳ ହୁଅନ୍ତୁ କି କୌଣସି ବ୍ୟକ୍ତିଙ୍କୁ ସମାଜ ପ୍ରତିବନ୍ଧକ ଲାଗିଥିଲେ ମହାଦେବ ସୁରକ୍ଷା ଦିଅନ୍ତିା ବର୍ଷ ବର୍ଷ ଧରି ଏହି ରହସ୍ୟମୟ ଘଟଣା ଏଠାରେ ଦେଖିବାକୁ ମିଳିଛି। ଏଠାରେ ଶରଣରେ ରହୁଥିବା କୌଣସି ବ୍ୟକ୍ତିକୁ ଆଜିଯାଏ କେହି ବି କ୍ଷତି କରିପାରିନି।

ବାସ୍ତବରେ କଣ ଏଠାରେ ମହାଦେବ ଶଙ୍ଗଚୂଳ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି ? ସତରେ କଣ ମହାଦେବଙ୍କ ନିୟମ ମାନ ଗାଁର ଲୋକ ଏମାନଙ୍କୁ ସୁରକ୍ଷା ଯୋଗାନ୍ତି ? ନା କଣ ଆଉ ଅଲଗା ରହସ୍ୟ ରହିଛଇ ଏହି ମହାଦେବଙ୍କ ମନ୍ଦିର ନେଇ। ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଯାଇଛି।

Leave A Reply

Your email address will not be published.