Latest Odisha News

BREAKING NEWS

ରୋଗୀର ମୃତ୍ୟୁ ଖବର ଆଗୁଆ ଜାଣିଯାଉଛି ବିଲେଇ!

ନୂଆଦିଲ୍ଲୀ: ମନୁଷ୍ୟ ଓ ବିଲେଇ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଛି । ପ୍ରାୟ ପ୍ରତ୍ୟେକ ଘରେ ବିଲେଇର ଯିବା ଆସିବା ଲାଗି ରହିଥାଏ । ତେବେ ବିଲେଇ ରୋଗୀର ଆଗୁଆ ମୃତ୍ୟୁର ଭବିଷ୍ୟବାଣୀ କରିବା ଖବର ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଡାକ୍ତରମାନେ ଏହି ଭବିଷ୍ୟବାଣୀ ନେଇ ମଧ୍ୟ ଚକିତ ହୋଇ ପଡିଛନ୍ତି । ଆମେରିକାର ରୋଡ ଆଇଲାଣ୍ଡରେ ଏକ ନର୍ସିଂହୋମରେ ଏହି ବିଲେଇଟି ରହୁଛି । ଯେତେବେଳେ କୌଣସି ରୋଗୀର ମୃତ୍ୟୁ ନିକଟତର ହୋଇଥାଏ ବିଲେଇଟି ଯାଇ ତା ପାଖରେ ବସି ରହିଥାଏ । ଯେତେ ପ୍ରକାର ଉଦ୍ୟମ କଲେ ମଧ୍ୟ ସେ ସେଠାରୁ ଯାଇ ନ ଥାଏ । ବ୍ରାଉନ ୟୁନିଭରସିଟିର ଡାକ୍ତର ଡେଭିଡ ଡୋସା ତାଙ୍କ ପୁସ୍ତକ ମେକିଂ ରାଉଣ୍ଡ ୱିଥ ଓସ୍କାରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଧଳା ରଙ୍ଗର ବିଲେଇ ଗୋଟିଏ ରୁମରୁ ଅନ୍ୟକୁ ବୁଲା ବୁଲି କରୁଥାଏ । ଯଦି ସେ ହଠାତ ଚୁପଚାପ କୌଣସି ରୋଗୀଙ୍କ ପାଖରେ ବସିଯାଏ ତେବେ ସମସ୍ତଙ୍କ ଚିନ୍ତା ବଢ଼ିଯାଏ । ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ନର୍ସିଂହୋମର ଷ୍ଟାଫ ବିଲେଇ ବସିବା ମାତ୍ରେ ରୋଗୀର ପରିବାରଙ୍କୁ ଆଗୁଆ ଖବର ଦେଇଥାନ୍ତି । ବିଜ୍ଞାନ ଅନୁସାରେ ମନୁଷ୍ୟ ତୁଳନାରେ ପଶୁମାନେ ଶରୀର ମଧ୍ୟରେ ହେଉଥିବା ରାସାୟନିକ ପରିବର୍ତନକୁ ଆଗୁଆ ଧରି ନେଇଥାନ୍ତି । ମୃତ୍ୟୁ ପୂର୍ବରୁ ରୋଗୀର ଶରୀରରେ ମେଟାବୋଲିଜମ ଓ ତାପମାତ୍ରାରେ ପରିବର୍ତନ ହୋଇଥାଏ । ଏହା ବ୍ୟତୀତ ସେମାନଙ୍କ ଘ୍ରାଣ ଶକ୍ତି ପ୍ରଖର । କୌଣସି ପ୍ରକାରର ବାୟୋଲଜିକାଲ ପ୍ରୋସେସକୁ ସେମାନେ ଆଗ ଧରି ନେଇଥାନ୍ତି । ଯାହା ଫଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସେମାନେ ଚିହ୍ନଟ କରି ନେଇଥାନ୍ତି ।

Leave A Reply

Your email address will not be published.