Latest Odisha News

BREAKING NEWS

ଭାରତ ବିରୋଧୀ ୭୪୭ଟି ୱେବସାଇଟ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲ ନିଷିଦ୍ଧ

ନୂଆଦିଲ୍ଲୀ: ଭାରତ ବିରୋଧୀ ମିଛ ଖବର ଏବଂ ସୂଚନା ପ୍ରସାରଣ କରୁଥିବା ୭୪୭ଟି ୱେବସାଇଟ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ ଗତ ୨୦୨୧-୨୨ରେ ନିଷିଦ୍ଧ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି ।

ପ୍ରଶ୍ନକାଳରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏହା ବ୍ୟତୀତ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଥିବା କିଛି ଅନୁଷ୍ଠାନ ବିରୋଧରେ ମଧ୍ୟ ଗତ ଆର୍ଥିକ ବର୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଭାରତ ବିରୋଧରେ ଖବର ପ୍ରସାରଣ କରୁଥିବା ୭୪୭ଟି ୱେବସାଇଟର ୟୁଆରଏଲକୁ ଡିଲିଟ କରାଯାଇଛି । ୟୁଟ୍ୟୁବରେ ମିଛ ଖବର ପ୍ରସାରଣ କରି ଭାରତର ମାନକୁ ଖରାପ କରିବାକୁ ଚେଷ୍ଟା କରୁଥିବା ୯୪ଟି ୟୁଟ୍ୟୁବ ଚ୍ୟାନେଲକୁ ସଂପୂର୍ଣ୍ଣ ଡିଲିଟ କରାଯାଇଛି ।

ଏହା ସହିତ ସୋସିଆଲ ମିଡିଆରେ ମିଛ ଖବର ଏବଂ ଭାରତ ବିରୋଧୀ କଳ୍ପିତ ଖବର ପ୍ରକାଶ କରୁଥିବା ୧୯ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ୧୯ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ସ୍ଥାୟୀ ଭାବେ ଡିଲିଟ୍ କରାଯାଇଛି ।

Comments are closed.