କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବର୍ତମାନ ପରିସ୍ଥିତିରେ ଏସିଆ କପ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ଏସିଆନ କ୍ରିକେଟ କାଉନସିଲକୁ ବିଧିବଦ୍ଧ ଭାବେ ଜଣାଇ ଦେଇଛି । ଶ୍ରୀଲଙ୍କାରେ ଆର୍ଥୀକ ଓ ରାଜନୈତିକ ସଙ୍କଟ ଚାଲିଛି । ଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ଏତେ ବଡ ଟୁର୍ଣ୍ଣାମେଂଟ ଆୟୋଜନ ସ୍ଥିତିରେ ଆମେ ନାହୁଁ ବୋର୍ଡ ପକ୍ଷରୁ କୁହାଯାଇଛି । ଶ୍ରୀଲଙ୍କା ବଦଳରେ କେଉଁ ଦେଶ ଏହାକୁ ଆୟୋଜନ କରିବ ତାହା ଖୁବ ଶୀଘ୍ର ଏସିସି ପକ୍ଷରୁ ଘୋଷଣା କରାଯିିବ । ଭାରତ ଓ ୟୁଏଇ ଏହି ଦୌଡରେ ଆଗରେ ରହିଛନ୍ତି । ଏସିଆ କପ କ୍ରିକେଟରେ ୬ ଦେଶ ଭାଗ ନେବେ । ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ନାମ ଚୂଡାନ୍ତ ଥିବା ବେଳେ ହଂକଂ, କୁଏଟ, ସିଙ୍ଗାପୁର ଓ ୟୁଏଇ ମଧ୍ୟରୁ ଗୋଟିଏ ଟିମ କ୍ୱାଲିଫାୟର ମାଧ୍ୟମରେ ସାମିଲ ହେବ । ଏଥର ଟି୨୦ ଫର୍ମାଟରେ ଏସିଆ କପ ଖେଳାଯିବ । ଦୀର୍ଘ ଦିନ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବା ସମ୍ଭାବନା ସୃଷ୍ଟି ହୋଇଛି ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.