ନୂଆଦିଲ୍ଲୀ: ରାଇସିନା ହିଲରେ ବସିବେ ରାଇରଙ୍ଗପୁରର ଝିଅ। ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଦ୍ରୌପଦୀ ମୁର୍ମୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇସାରିଛନ୍ତି। ତେଣୁ ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ସୁନିଶ୍ଚିତ। ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା ଚୂଡାନ୍ତ ନିର୍ବାଚନ ଫଳାଫଳ ପୂର୍ବରୁ ଟ୍ୱିଟ୍ କରି ତାଙ୍କ ପ୍ରତିପକ୍ଷା ତଥା ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଆଶା ରଖିଛନ୍ତି, ୧୫ତମ ରାଷ୍ଟ୍ରପତି ବିନା ଭୟ ଓ ପକ୍ଷପାତିତାରେ ନିଜର ଦାୟିତ୍ୱ ନିର୍ବାହ କରିବେ।
ଯଶଓ୍ୱନ୍ତ ସିହ୍ନା ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିଥିବାରୁ ବିରୋଧୀ ଦଳଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି।
I join my fellow citizens in congratulating Smt Droupadi Murmu on her victory in the Presidential Election 2022.
India hopes that as the 15th President of the Republic she functions as the Custodian of the Constitution without fear or favour. pic.twitter.com/0gG3pdvTor
— Yashwant Sinha (@YashwantSinha) July 21, 2022
ସେ କହିଛନ୍ତି, ‘ଏହି ନିର୍ବାଚନରେ ମୋତେ ସର୍ବସମ୍ମତିକ୍ରମେ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ମୁଁ ବିରୋଧୀ ରାଜନୈତିକ ଦଳର ନେତାଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଇଲେକ୍ଟୋରାଲ୍ କଲେଜର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି’।
‘ମୁଁ ମୋ ଦେଶ ପ୍ରତି ଥିବା ଭଲପାଇବା ପାଇଁ ମୋର କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲାଇଛି। ମୁଁ ପ୍ରଚାର ସମୟରେ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାହା ଏବେବି ପ୍ରାସଙ୍ଗିକ ରହିଛି’।
ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ଭୋଟ୍ ଗଣନା ଶେଷ ବେଳକୁ ମୋଟ ଭୋଟର ୬୯ ପ୍ରତିଶତ ଭୋଟ ପାଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି।
Comments are closed.