Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ଯାଜପୁର :  ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ବର୍ଷ ବର୍ଷ ଧରି ଖାଲ ଖମା ରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାଜପୁର ବିଂଝାରପୁର ବ୍ଲକ ତାଉନ୍ତରା ଠାରୁ ଇଂଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରନ୍ତି । ଦୁଇଟି ପଞ୍ଚାୟତ ବାସୀ ଙ୍କ ଲାଇଫ ଲାଇନ କୁହାଯାଉଥିବା ଏହି ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଛି । ଧୀରେ ଧୀରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଜୀବନକୁ ବାଜି ଲଗେଇ ଲୋକେ ଏ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଯଥାଶୀଘ୍ର ଏ ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି । ବିଭାଗୀୟ ଅଧିକାରୀଙ୍କ ନିକଟରେ ଅନେକ ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ଯଥାଶୀଘ୍ର ଏ ରାସ୍ତା ମରାମତି କରା ନଗଲେ ଆଗାମୀ ଦିନରେ ଏହା ଜନ ଆନ୍ଦୋଳନର ରୂପନେବ ବୋଲି ସାଧାରଣ ଲୋକେ ଚେତାବନୀ ଦେଇଛନ୍ତି ।

ସେପଟେ ଏ ରାସ୍ତା ନେଇ ଟେଣ୍ଡର ଡକାଯାଇଛି ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି ।

ଗ୍ରାମାଞ୍ଚଳ ର ବିକାଶ ପାଇଁ ଗମନାଗମନ ର ଆବଶ୍ୟକତା ରହିଥିଲେ ହେଁ ଏହି ରାସ୍ତା ପ୍ରତି ପ୍ରଶାସନ ର କେବେ ନଜର ପଡିବ ତାକୁ ଦେଖିବାକୁ ବାକି ରହିଲା ।

 

 

 

 

 

 

 

 

 

Leave A Reply

Your email address will not be published.