ନୂଆଦିଲ୍ଲୀ: ପୁନର୍ବାର ଦିଲ୍ଲୀରେ ଉପରାଜ୍ୟପାଳ ଓ ଆପ ସରକାର ମଧ୍ୟରେ ବିବାଦ ରୂପୀ ନାଟକ ଆରମ୍ଭ ହୋଇଛି । ଶୁକ୍ରବାର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଦ ଦୋକାନ ଖୋଲିବା ନେଇ ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ଆପ ସରକାର ନୂତନ ଅବକାରୀ ନୀତିକୁ ଅଣଦେଖା କରି ମନ ଇଚ୍ଛା ମଦ ଦୋକାନଗୁଡିକୁ ଟେଣ୍ଡର ପ୍ରଦାନ କରିଥିଲେ । ସିବିଆଇ ତଦନ୍ତ ପରେ ଘଟଣାର ସତ୍ୟତା ସମ୍ମୁଖକୁ ଆସିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ରିପୋର୍ଟ ମୁତାବକ ଜିଏନସିଟିଡି ଆକ୍ଟ ୧୯୯୧, ବ୍ୟାପାର ନିୟମ ୧୯୯୩, ଅବକାରୀ ନୀତି ୨୦୦୯ ଓ ଦିଲ୍ଲୀ ଅବକାରୀ ନିୟମ ୨୦୧୦ର ଉଲ୍ଲଂଘନ ଅଭିଯୋଗର ତଦନ୍ତ ସିବିଆଇ କରିବ । ପୂର୍ବରୁ ସିଙ୍ଗାପୁର ଯିବା ନେଇ କେଜ୍ରିୱାଲ ଓ ଉପ ରାଜ୍ୟପାଳ ମୁହାଁ ମୁହିଁ ହୋଇଥିଲେ । ଆପ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ସତ୍ୟେନ୍ଦ୍ର ଜୈନଙ୍କ ପରେ ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଟାର୍ଗେଟ କରାଯାଉଛି ।
BREAKING NEWS
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
Comments are closed.