Latest Odisha News

BREAKING NEWS

୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଯାଏଁ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଂଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଜଳପ୍ରବାହ ବଢୁଥିବାରୁ ହୀରାକୁଦର ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପୂର୍ବରୁ ଜଳଭଣ୍ଡାରର ୫ଟି ଗେଟ୍ ଖୋଲାଥିବା ବେଳେ ଆଜି ସକାଳୁ ପ୍ରଥମେ ୩ଟି ଗେଟ୍ ଖୋଲିଥିଲା ତେବେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପରେ ଆଉ ଦୁଇଟି ଗେଟ୍ ଖୋଲାଯାଇଛି ।

Leave A Reply

Your email address will not be published.