Latest Odisha News

[ଦେଖନ୍ତୁ ଭିଡିଓ] OTTରେ ଧମାଲ କରୁଛନ୍ତି ୯୦ ଦଶକର ବିଉଟି ଡ଼ିଭା

ଦିଲ୍ଲୀ  : ବିଉଟି ବଲିଉଡ଼୍ ଡ଼ିଭ।। ୯୦ ଦଶକରେ ବଲିଉଡ଼ରେ ରାଜ କରୁଥିବା ବେଳେ ଏବେ ବି ସେମାନଙ୍କ ଦବଦବା କମ୍ ନାହିଁ । ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିବା ଏହି ସେନସେସନ କୁଇନ୍ ଏବେ ଫିଲ୍ମ ଦୁନିଆ ସହ ଓଟିଟି ରେ ଧମାଲ ମଚାଉଛନ୍ତି । ନୂଆ ଆକ୍ଟ୍ରେସଙ୍କ ଏଣ୍ଟ୍ରି ପରେ ଏମାନଙ୍କ ଝଲକ କିଛି ମାତ୍ରାରେ ଦେଖିବାକୁ ମିଳିନଥିଲା । ହେଲେ ଏବେ ବି-ଟାଉନରେ ପୁଣିଥରେ ସେମାନଙ୍କ ଜଲୱା ଦର୍ଶକଙ୍କୁ ବେଶ ମତୁଆଲା କରୁଛି।

ବଲିଉଡ଼ ଇଣ୍ଡଷ୍ଟ୍ରୀ ପରେ ପରେ ଏବେ ବହୁ ବଲିଉଡ଼ ଡ଼ିଭା ଓଟିଟିରେ ନିଜ ଝଲକ ଦେଖାଇବା ଆରମ୍ଭ କରିଲେଣି । ଆଉ ତାକୁ ଦର୍ଶକ ବି ବେଶ୍ ପସନ୍ଦ କଲେଣି। ମାଧୁରୀଙ୍କ ଠୁ ନେଇ ଶିଳ୍ପା ସେଟ୍ଟୀ , କରିସ୍କା, କାଜୋଲ , ରବିନା ଓ ସୁସ୍କିତା ସେନ୍ ଯାଏଁ ଏହି ଓଟିଟି ରେସରେ ।

ଆକ୍ଟିଂସହ ଡ୍ୟାନ୍ସ ପାଇଁ ମାଧୁରୀ ବେଶ୍ ଫେମସ୍। ଦିଲ୍, ତେଜାବ ଏବଂ ସାଜନ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିବା ମାଧୁରୀ ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଦି ଫେମ୍ ଗେମ୍’ ରେ ନଜର ଆସିଥିଲେ । ଆଗକୁ ୨୦୨୩ ଫେମ୍‌ ଗେମର ପରବର୍ତ୍ତୀ ସିଜିନ୍‌ ହୋଇପାରେ ରିଲିଜ୍ ।

ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ । ୨୦୨୦ ମସିହାରେ ଓଟିଟିରେ ଡେବ୍ୟୁ କରିଥିଲେ । ମାଧୁରୀଙ୍କ ଅପେକ୍ଷା ସୁସ୍ମିତାଙ୍କ ଓଟିଟି କ୍ୟାରିଥିଲା ବେଶ ପ୍ରଭାବିତ । ଡିସ୍ନି ପ୍ଲସ୍ ହଟଷ୍ଟାରରେ ‘ଆର୍ୟ୍ୟା’ ସହ ୱେବ୍ କ୍ୟାରିଅର୍ ଆରମ୍ଭ କରିଥିଲେ ସୁସ୍ । ରାମ ମାଧବନୀଙ୍କ ନିର୍ଦ୍ଦେଶିତ ଏହି ଶୋ’ରେ ସୁସ୍ମିତା ଲିଡ ରୋଡରେ ନଜର ଆସିଥିଲେ । ଏପର୍ୟ୍ୟନ୍ତ ଏହି ସିରିଜର ଦୁଇଟି ପାର୍ଟ ରିଲିଜ୍ ହୋଇ ସାରିଛି । ଯେଉଁଥିପାଇଁ ‘ଆର୍ୟ୍ୟ’କୁ ପ୍ରାୟ ସର୍ବଭାରତୀୟ ସ୍ତରରେ ମିଳିଥିଲା ବାହାବା ।କରିସ୍ମା କପୁର: ସବୁଠୁ କମ୍ ବୟସରେ ବଲିଉଡରେ ଏଣ୍ଟ୍ରି । କପ୍ପୁର ଖାନଦାନରେ ସେ ଲୋଲୋ । ୯୦ ଦଶକର ପ୍ରଥମ ଅଭିନେତ୍ରୀ ଯିଏ ଗ୍ଲାମର ଦୁନିଆରେ ଜାହିର କରିଥିଲେ ଦବଦବା । ଦୀର୍ଘଦିନର ଅଭିନୟ କ୍ୟାରିୟର ପରେ ସେ ଏକତା କପୁରଙ୍କ ମେଣ୍ଟାଲହୁଡ୍‌ ୱେବ୍‌ ସିରିଜ୍‌ରେ କରିଥିଲେ ଡେବ୍ୟୁ । ଆଗକୁ କରିସ୍ମା ଆଉ ଏକ ପ୍ରୋଜେକ୍ଟରେ OTTକୁ ଫେରୁଛନ୍ତି ।କାଜୋଲ୍‌: ବ୍ଲାକ ବିଉଟି କାଜୋଲ୍ । ଶାହାରୁଖଙ୍କ ସହ ତାଙ୍କ ଯୋଡି ଥିଲା ସୁପର ଡୁପର ହିଟ୍ । ଧୀରେ ଧୀରେ ସବୁ ଙଞଞ ମୁହାଁ ହେଉଥିବା ବେଳେ କାଜୋଲ ବି ପଛରେ ନାହାଁନ୍ତି । ଡିସ୍ନି + ହଟଷ୍ଟାର୍ ସିରିଜ୍‌ରେ କାଜୋଲ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଶିଳ୍ପା ଶେଟ୍ଟୀ: ବଲିଉଡ ଡିଭାଙ୍କ ମଧ୍ୟରେ ଆଗରେ ରହିଥାଏ ଶିଳ୍ପାଙ୍କ ନାଁ । ତାଙ୍କ ଅଭିନୟ ଛଡା ସେ ତାଙ୍କର ସୁନ୍ଦର ଚେହେରା ପାଇଁ ବେଶ୍ ପପୁଲାର । ଫିଲ୍ମ ବ୍ୟତୀତ ରିଅଲିଟି ସୋରେ ଦେଖିବାକୁ ମିଳିଥାଏ ଜଲଓ୍ୱା । ଏବେ ତାହ୍କ ହାତରେ ରହିଛି ଅନେକ ରିଆଲିଟି ସୋ । ବର୍ତ୍ତମାନ ସେ ରୋହିତ ଶେଟ୍ଟୀଙ୍କ ‘ଇଣ୍ଡିଆନ୍‌ ପୋଲିସ୍ ଫୋର୍ସ’ ସହ ୱେବ୍‌ ସିରିଜ୍‌ରେ ନଜର ଆସିବେ ।

ବଲିଉଡ଼ର ମୋଷ୍ଟ ବିଉଟିଫୁଲ ଲେଡି ରବିନା ବି ପଛରେ ପଡ଼ିନାହାନ୍ତି । ଏହି ସବୁ ବଲିଉଡ଼ ଆକ୍ଟ୍ରେସଙ୍କ ଭଳି ଓଟିଟି ପ୍ଲାଟଫର୍ମରେ ନିଜର ଜଲୱା ଦେଖାଇଛନ୍ତି ରବିନା ଟଣ୍ଡନ।

ବଲିଉଡ଼ର ଏହି ସବୁ ବିଉଟି କୁଇନଙ୍କ ସହ ଆହୁରି ଅନେକ ବଲିଉଡ଼ ଡ଼ିଭା OTT ପ୍ଲାଟଫର୍ମରେ ନିଜର ପର୍ଫମାନ୍ସ ନେଇ ବେଶ୍ ଦବଦବା ଜାହିର କଲେଣି।
;

 

Leave A Reply

Your email address will not be published.