ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ସେ ଭୟଭୀତ ହୋଇ ପଡିଥିବା ଅନୁମାନ କରାଯାଉଥିଲା । ଏବେ ଏହା ପ୍ରମାଣିତ ହୋଇଛି । ଆଜି ସେ ତାଙ୍କ ନିଜ ଜୀବନ ପ୍ରତି ବିପଦ ଅଛି ଦର୍ଶାଇ ସୁରକ୍ଷା ପାଇଁ ମୁମ୍ବାଇ ପୋଲିସ କମିଶନର ନିକଟରେ ଅସ୍ତ୍ର ରଖିବା ପାଇଁ ଲାଇସେନ୍ସ ଆବେଦନ କରିଥିବା ଜଣାପଡିଛି । ଜୁନ ୫ରେ ସଲମାନ ଏବଂ ତାଙ୍କ ବାପା ସଲୀମ ଖାଁଙ୍କୁ ବାନ୍ଦ୍ରାରେ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପୂର୍ବରୁ କୃଷ୍ଣସାର ମୃଗ ମାମଲାରେ ଲରେନ୍ସ ବିଶ୍ନୋଇ ଗ୍ରୁପ ଖୋଲାଖୋଲି ଭାବେ ତାଙ୍କୁ ହତ୍ୟା କରିବେ ବୋଲି କହିଥିଲେ । ବିଶ୍ନୋଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ କୃଷ୍ଣସାର ମୃଗ ଭଗବାନ ସଦୃଶ । ସେଥିନେଇ ସେମାନେ ସଲମାନଙ୍କ ଉପରେ ରାଗି କରି ଅଛନ୍ତି । ମହାରାଷ୍ଟ୍ର ସରକାର ଏବେ ୫୬ ବର୍ଷୀୟ ସଲମାନଙ୍କୁ ସୁରକ୍ଷା ଯୋଗାଉଛି ।
BREAKING NEWS
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା

Comments are closed.