ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ସେ ଭୟଭୀତ ହୋଇ ପଡିଥିବା ଅନୁମାନ କରାଯାଉଥିଲା । ଏବେ ଏହା ପ୍ରମାଣିତ ହୋଇଛି । ଆଜି ସେ ତାଙ୍କ ନିଜ ଜୀବନ ପ୍ରତି ବିପଦ ଅଛି ଦର୍ଶାଇ ସୁରକ୍ଷା ପାଇଁ ମୁମ୍ବାଇ ପୋଲିସ କମିଶନର ନିକଟରେ ଅସ୍ତ୍ର ରଖିବା ପାଇଁ ଲାଇସେନ୍ସ ଆବେଦନ କରିଥିବା ଜଣାପଡିଛି । ଜୁନ ୫ରେ ସଲମାନ ଏବଂ ତାଙ୍କ ବାପା ସଲୀମ ଖାଁଙ୍କୁ ବାନ୍ଦ୍ରାରେ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପୂର୍ବରୁ କୃଷ୍ଣସାର ମୃଗ ମାମଲାରେ ଲରେନ୍ସ ବିଶ୍ନୋଇ ଗ୍ରୁପ ଖୋଲାଖୋଲି ଭାବେ ତାଙ୍କୁ ହତ୍ୟା କରିବେ ବୋଲି କହିଥିଲେ । ବିଶ୍ନୋଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ କୃଷ୍ଣସାର ମୃଗ ଭଗବାନ ସଦୃଶ । ସେଥିନେଇ ସେମାନେ ସଲମାନଙ୍କ ଉପରେ ରାଗି କରି ଅଛନ୍ତି । ମହାରାଷ୍ଟ୍ର ସରକାର ଏବେ ୫୬ ବର୍ଷୀୟ ସଲମାନଙ୍କୁ ସୁରକ୍ଷା ଯୋଗାଉଛି ।
BREAKING NEWS
- ମନ୍ମଥଙ୍କ ପାଇଁ ଭୋଟ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- କେନ୍ଦୁଝରରେ ଶାହାଙ୍କ ବଡ ବୟାନ: ପିଓକେ ଆମର ଥିଲା, ଆଗକୁ ମଧ୍ୟ ରହିବ
- ଆସିବେ ରାମାୟଣର ରାମ,ଓଡ଼ିଶାରେ କରିବେ ପ୍ରଚାର
- ମନୀଷ ସିସୋଦିଆଙ୍କୁ ପୁଣି ଝଟକା; ନ୍ୟାୟିକ ହେପାଜତ ମେ ୩୧ କୁ ବୃଦ୍ଧି
- ମେଘାଳୟରେ ଭାରତ-ଫ୍ରାନ୍ସର ମିଳିତ ସାମରିକ ଅଭ୍ୟାସ, ପାର୍ବତ୍ୟ ଯୁଦ୍ଧ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ
- ସମ୍ବଲପୁରରେ ଅମିତ ଶାହାଙ୍କ ରଣହୁଙ୍କାର: ବିଜେପି ଆସିଲେ ଓଡ଼ିଆରେ ପଢାହେବ ଡାକ୍ତରୀ ପାଠ
- ‘ଓଡିଶାକୁ ଶାସନ କରିପାରିବେନି ତାମିଲ, ଓଡିଆ ପୁଅ ହିଁ କରିବେ’
- ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ
- ଓଡ଼ିଶାରେ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାଁନ୍ତି: ଅମିତ ଶାହା
- ‘ଉଭୟ ବିଧାୟକ ଓ ସାଂସଦ ବିଜେଡିରୁ ହେବା ଦରକାର, ଅନ୍ୟ ଦଳର ହେଲେ ବିକାଶ କାମରେ ବାଧା ଦେବେ’