Latest Odisha News

BREAKING NEWS

ବିବାହ ଆଗରୁ ପ୍ରେମିକାକୁ ବିଷ ଖୁଆଇଦେଲେ ପ୍ରେମିକ; ମୃତ୍ୟୁ ଆଗରୁ ପ୍ରେମିକାଙ୍କ ବୟାନ ରେକର୍ଡ

ଡେଲାଙ୍ଗ: ବଙ୍କିଲ ଅଞ୍ଚଳର ଜଣେ ଯୁବତୀ ପ୍ରେମିକ ମୁଣ୍ଡରେ ଦୋଷ ଲଦି ପ୍ରାଣ ତ୍ୟାଗ କରିଛନ୍ତି । କହିଲେ, କଥା ହେବାକୁ ଡାକି ଜବରଦସ୍ତି ବିଷ ଖୁଆଇଦେଲେ । ଗତ ୧୨ ତାରିଖରେ ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ସମୟରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଯୁବତୀ ।

ଗତ ୧୫ ତାରିଖରେ ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।

ପରିବାର ଲୋକଙ୍କ ଅଭିଯୋଗ ଯେ, ଗତ ୧୨ ତାରିଖରେ ଝିଅ ଅଳଉତା ମନ୍ଦିରକୁ ଯାଇଥିଲା । ଫେରିବା ବାଟରେ ଅଭିଯୁକ୍ତ ପ୍ରେମିକ ବିଶ୍ବମ୍ବର ମହାପାତ୍ର ଜବରଦସ୍ତି ବିଷ ପିଆଇଦେଇଥିଲା ।

ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ କ୍ୟାପିଟାଲ ହସ୍ପିଟାଲ ଏବଂ ଅବସ୍ଥା ଗୁରୁତର ହେବାରୁ ଝିଅକୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରେମ ପ୍ରତାରଣା ସହ ସଂଘର୍ଷ କରି ପ୍ରାଣ ହାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ ।

ଉଭୟ ପୁଅ-ଝିଅ ଦୁଇ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ । ଝିଅ ବାହା ହେବାକୁ ଜିଦି କରି ପୁଅ ଘରେ ଯାଇ ବସିଥିଲେ । ପୁଅର ଦାଦା ବୁଝାଶୁଝା କରି ବିବାହ ପ୍ରତିଶୃତି ଦେଇ ଝିଅକୁ ଆଣି ଘରେ ଛାଡ଼ିଥିଲେ । ହେଲେ ପୁନଶ୍ଚ କିଛି ବିବାଦ ହେବାରୁ ପୁଅ କଥା ହେବାକୁ ଡାକି ବିଷ ଖୁଆଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.