ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା । ସାତ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ। ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ଶନିବାର ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାର କଳି ଘଟଣାରେ ଖାରବେଳ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲା ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ଦାଏର କରିଥିବା ବେଳେ ଆଉ ଗୋଟିଏ ମାମଲା ଅପରାଜିତ ମହାନ୍ତୀ ଓ ତାଙ୍କ ବୋହୂ ଦାୟର କରିଥିଲେ । ଏବେ ପୋଲିସ ଉଭୟ ଅଭିଯୋଗ କରି ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।
ତେବେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗକୁ ଭତ୍ତି କରି ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରିଯାଇଛି । ସେପଟେ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ନଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି ।
ସେହିପରି ବାବୁସାନ ଓ ପ୍ରକୃତିଙ୍କୁ ଫୋନ୍ ଯୋଗେ ନୋଟିସ ଜାରି କରିଛି ପୋଲିସ । ଉଭୟ ଥାନାରେ ଆସି ନିଜ ନିଜ ପକ୍ଷ ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।
Comments are closed.