Latest Odisha News

ଗ୍ରେନ ଏକ୍ସପର୍ଟ ଚୁକ୍ତି ପରେ ବି ଓଡେଶା ବନ୍ଦର ଉପରେ ମିସାଇଲ ଆକ୍ରମଣ କଲା ରୁଷ

ମସ୍କୋ: ଗ୍ରେନ ଏକ୍ସପର୍ଟ ଚୁକ୍ତି ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲି ରହିଥିବା ସଂଘର୍ଷ ଶେଷ ହେବା ନେଇ କିଛି ମାତ୍ରାରେ ଆଶା ଦେଖା ଦେଇଥିଲା । ମାତ୍ର ଗୋଟିଏ ଦିନ ମଧ୍ୟରେ ରୁଷ ଏହି ଚୁକ୍ତିକୁ ଖିଲାପ କରି ୟୁକ୍ରେନର ଓଡେଶ ବନ୍ଦର ଉପରେ ମିସାଇଲ ଆକ୍ରମଣ କରିଛି । ଫଳରେ ଯୁଦ୍ଧ ବିରାମ ଆଶା କରିଥିବା ସାଧାରଣ ଜନତାଙ୍କୁ ଶକ୍ତ ଧକା ଲାଗିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍ସିକି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କୁ କେବେ ବି ବିଶ୍ୱାସ କରି ହେବ ନାହିଁ । ଅବଶ୍ୟ ଏହି ମିସାଇଲ ଆକ୍ରମଣ ନେଇ ରୁଷ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ୟୁକ୍ରେନ ଓ ରୁଷରୁ ସାରା ବିଶ୍ୱକୁ ୩୦ ପ୍ରତିଶତ ଗହମ, ୨୯ ପ୍ରତିଶତ ଯ, ୧୫ ପ୍ରତିଶତ ମକା ଓ ୭୫ ପ୍ରତିଶତ ସୂର୍ଯ୍ୟମୂଖୀ ତେଲ ରପ୍ତାନୀ କରିଥାନ୍ତି । ଏହି ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଏବେ ଖାଦ୍ୟ ସଙ୍କ ଦେଖା ଦେଇଛି । ଏହା ବିଚାରକୁ ନିଆଯାଇ ଖାଦ୍ୟ ରପ୍ତାନୀ ଓ ଆମଦାନୀ ବେଳେ କେହି କାହା ଉପରେ ଆକ୍ରମଣ କରିବେ ନାହିଁ ବୋଲି ଚୁକ୍ତି ହୋଇଥିଲା ।

Leave A Reply

Your email address will not be published.