ମୁମ୍ବାଇ: ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନକୁ ଫିଲ୍ମ ହଲରେ ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ, ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ରହିଛନ୍ତି । ଇତି ମଧ୍ୟରେ ସୋମବାର ମେକର୍ସଙ୍କ ପକ୍ଷରୁ ଏକ ମୋଶନ ପୋଷ୍ଟର ଜାରୀ କରାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ଦୀପିକାଙ୍କ ଫାଷ୍ଟ ଲୁକ ମଧ୍ୟ ଜାରୀ କରାଯାଇଛି । ହାତରେ ବନ୍ଧୁକ ଧରି ଦୀପିକାଙ୍କ ଆକ୍ସନ ମୁଡକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଜଣେ ୟୁଜର୍ସ ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ହାତରେ ବନ୍ଧୁକ ଧରିବା କଣ ଆବଶ୍ୟକ, ତୁମ ଆଖିରେ ସେମିତି ଲୋକେ ମରିଯିବେ । ଆସନ୍ତା ବର୍ଷ ୨୫ ଜାନୁୟାରୀରେ ଏହି ଫିଲ୍ମ ହିନ୍ଦି, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶକ ହୋଇଥିବା ବେଳେ ଫିଲ୍ମଟି ୟଶରାଜ ବ୍ୟାନରରେ ନିର୍ମିତ ହେଉଛି । ଜୀରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି ଫିଲ୍ମ ମାଧ୍ୟମରେ ପୁନର୍ବାର ଦର୍ଶକଙ୍କ ପ୍ରିୟ ହେବା ଲକ୍ଷ୍ୟରେ ରହିଛନ୍ତି ।
BREAKING NEWS
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
- ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି; ବାରବାଟୀରେ କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି
- ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିଲେ ହାର୍ଦ୍ଦିକ
- ରାସ୍ତାରେ ଗଡୁଛି ୨.୧୯ ଲକ୍ଷ ଇଭି କାର୍, ଭୁବନେଶ୍ବରରେ ୧୨ ଚାର୍ଜିଂ ପଏଣ୍ଟ୍
Comments are closed.