ମୁମ୍ବାଇ: ବର୍ମିଂହାମରେ ହେବାକୁ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ମହିଳା କ୍ରିକେଟ ଟିମର ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ଫଳରେ ୨ ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ଅନ୍ୟ ସଦସ୍ୟମାନେ ବର୍ମିଂହାମ ଯାଇଛନ୍ତି । ୨୯ ଜୁଲାଇରେ ଭାରତ ତାର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ । ଉପରୋକ୍ତ ୨ ଖେଳାଳି ଭାରତରେ କ୍ୱାରେଂଟାଇନରେ ରହିଛନ୍ତି । ବିସିସିଆଇ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଏହି ୨ ଖେଳାଳିଙ୍କ ନେଗେଟିଭ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଖେଳିବା ସମ୍ଭାବନା ନାହିଁ । ଟିମର ଅଧିନାୟିକା ହରମନପ୍ରୀତ କୌର ଆମେ ଭାରତ ପାଇଁ ପଦକ ଜିତିବା ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବୁ ବୋଲି କହିଛନ୍ତି । ୩୧ ଜୁଲାଇରେ ପାକିସ୍ତାନ ଓ ୩ ଅଗଷ୍ଟରେ ବାରବାଡୋସ ବିପକ୍ଷରେ ଭାରତ ମ୍ୟାଚ ଖେଳିବ । କ୍ରିକେଟରେ ଭାରତ ଏକ ପଦକ ପାଇବ ବୋଲି ଆଶା କରାଯାଉଛି ।
BREAKING NEWS
- ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜଧାନୀ
- Cockroach Janta Party protest: ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ ଫାଉଣ୍ଡର, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ମୁହାଁ କକ୍ରୋଚ୍…
- ‘Ocean of energy’ found: ତେଲ ଚିନ୍ତା ଗଲା! ପ୍ରାକୃତିକ ଗ୍ୟାସର ଭଣ୍ଡାର ଖୋଜି ପାଇଗଲା ଅଏଲ୍ ଇଣ୍ଡିଆ, ସମୁଦ୍ର ତଳେ ମିଳିଲା ଖଜାନା…
- ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଭୋକ ଶୋଷରେ ଗଲା ୫୦ ଜୀବନ
- ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
- E85 Fuel: ଆସିଗଲା ଶସ୍ତା ତୈଳ, ପେଟ୍ରୋଲ ଠୁ ୨୦ ଟଙ୍କା କମ୍
- RBIର ଡେପୁଟି ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି
- Rice Milling: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର
- ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ; ୪୪ କେଜି ଗଞ୍ଜେଇ ଜବତ
- କଟକରେ ଏଫଏମ୍ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା;ହତ୍ୟା ଅଭିଯୋଗ ଆଣିଲେ ପରିବାର
Comments are closed.