ବାଗଦାଦ: ଇରାକରେ ପୁନର୍ବାର ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ମହମ୍ମଦ ଅଲ ସୁଦାନୀଙ୍କୁ ଗଠବନ୍ଧନ ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଏହି ଅଶାନ୍ତି ସୃଷ୍ଟି ହୋଇଛି । ସୁଦାନୀ ଇରାନ ସମର୍ଥକ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବୁଧବାର ରାତିରେ ପରିସ୍ଥିତି ଏପରି ହୋଇଥିଲା ଯେ, ବିକ୍ଷୋଭକାରୀମାନେ ସଂସଦ ମଧ୍ୟକୁ ପାଚେରୀ ଡେଇଁ ପ୍ରବେଶ କରିଥିଲେ । ଏପରି କି ସେମାନେ ସେନ୍ସଟିଭ ଗ୍ରୀନ ଜୋନ ଅତିକ୍ରମ କରିଥିଲେ । ଶିୟା ସମ୍ପ୍ରଦାୟର ମୌଲବୀ ମୁକ୍ତାଦା ସଦ୍ର ଏହି ବିକ୍ଷୋଭର ନେତୃତ୍ୱ ନେଉଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ମୁସ୍ତାଫା ଅଲ କାଦିମ ବିକ୍ଷୋଭକାରୀଙ୍କୁ ଗ୍ରୀନ ଜୋନ ବାହାରକୁ ଯିବା ପାଇଁ ଅନୁରୋଧ କରିଛନ୍ତି । ପରୋକ୍ଷରେ ଏହା ଦେଶ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଦେଶର ଅନେକ ଗୁପ୍ତ ତଥ୍ୟ ଏହି ଜୋନରେ ରହିଛି । ଆପଣମାନେ ସେ ସ୍ଥାନ ନ ଛାଡିଲେ ପୋଲିସ ଓ ଆର୍ମି ବାଧ୍ୟ ହୋଇ ଗୁଳି ଚାଳନା କରିବେ ବୋଲି କାଦିମ କହିଛନ୍ତି ।
BREAKING NEWS
- ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ଆଦାୟ କରି ଆରପିଏଫ୍ ଇନ୍ସପେକ୍ଟର ନିଲମ୍ବିତ
- ବୈଭବଙ୍କ ପାଇଁ ବଦଳିଲା ବିସିସିଆଇର ନିଷ୍ପତ୍ତି, ମା ଓ ବାପା ମଧ୍ୟ ଯିବେ ଇଂଲଣ୍ଡ…
- ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ, ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ
- କାଳବୈଶାଖୀ ପରେ ଅନ୍ଧାରରେ ରାଜଧାନୀ: ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ, ହନ୍ତସନ୍ତ ହେଉଛନ୍ତି ଲୋକେ
- ଭାରତରେ କମୁଛି ଜନ୍ମହାର: ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ
- ‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର?
- ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ: ୮୦୦ରୁ ଅଧିକ ବୋତଲ ସିଜ୍ ଏବଂ ୫ ଗିରଫ
- ସୁରକ୍ଷିତ ହେବ ସୂର୍ଯ୍ୟ ମନ୍ଦିର, ଗର୍ଭଗୃହରୁ ଖୁବଶୀଘ୍ର ବାହାରିବ ବାଲି
- ଟି-୨୦ ଦଳରେ କାହିଁକି ସ୍ଥାନ ପାଇଲେ ନାହିଁ ରଜତ ପାଟିଦାର? ଚୟନକର୍ତ୍ତାଙ୍କ ଅବହେଳା ନା ଅନ୍ୟ କାରଣ?
- ସୌମ୍ୟରଞ୍ଜନ ହତ୍ୟା ମାମଲା: ଏଡିଜି ଗଙ୍ଗୱାରଙ୍କ ସଂପୃକ୍ତିଙ୍କୁ ନେଇ ପୁଣି ଅଭିଯୋଗ
Comments are closed.