Latest Odisha News

BREAKING NEWS

ମାଆଙ୍କ ସହ ବାଲକୋନିରେ ବାବୁସାନ୍: କହିଲେ ଠିକ୍ ସମୟରେ ଠିକ୍ କଥା କହିବି

ମାଆ ଅପରାଜିତାଙ୍କ ସହ ସାମ୍ନାକୁ ଆସିଲେ ବାବୁସାନ୍ । ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ଚେନ୍ନାଇରୁ ଗତକାଲି ଆସିବା ପରେ ଆଜି ବାହାରକୁ ଆସି କହିଲେ ଠିକ୍ ସମୟରେ ଠିକ୍ କଥା କହିବି । ଏବେ ପରିବାର ପାଖରେ ଥିବାରୁ ବହୁତ ଖୁସି ଅଛି । ତେବେ ଗତକାଲି ସକାଳୁ ଭୁବନେଶ୍ୱର ଫେରିଥିଲେ। ସେ ପ୍ରଥମେ ବାପା ମାଆଙ୍କ ପାଖକୁ ଯାଇଥିଲେ ଓ ବିଶ୍ରାମ ନେଇଥିଲେ । କିନ୍ତୁ ଦିନଟାଯାକ ବିତିଯାଇଥିଲେ ବି ସେ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବାକୁ ଯାଇନଥିଲେ । ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ବୁଧବାର ସେ ବିମାନବନ୍ଦରରୁ ବାହାରକୁ ଆସିବା କ୍ଷଣି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇ ପ୍ରଶ୍ନ କରିଥିଲେ। ହେଲେ ସେ କେବଳ କହିଥିଲେ ଯେ ସେ ପ୍ରଥମେ ବାପା-ମାଙ୍କୁ ଭେଟିବେ ଓ ପରେ ଯାହା କହିବା କଥା କହିବେ। ଏହା ପରେ ସେ ବିମାନବନ୍ଦରରୁ ସିଧା ବରମୁଣ୍ଡା ଜଗନ୍ନାଥବିହରସ୍ଥିତ ଘରକୁ ଯାଇଥିଲେ। ତାଙ୍କ ଘର ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିଲେ । ମାତ୍ର ସେମାନଙ୍କୁ ହତାଶ ହେବାକୁ ପଡ଼ିଥିଲା। କିନ୍ତୁ ଏକ ଭିଡିଓ ବାର୍ତ୍ତାରେ ମା’ ଅପରାଜିତା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କହିଥିଲେ ଯେ ବାବୁସାନ ବିଶ୍ରାମ ନେଉଛି ଓ ଦୁଇ ଦିନ ପରେ ସେ ପ୍ରତିକ୍ରିୟା ରଖିବ।

Leave A Reply

Your email address will not be published.