ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟିଂରେ ଭାରତକୁ ଆଉ ଏକ ପଦକ ମିଳିଛି । ୬୧ କେଜି ବିଭାଗରେ ଗୁରୁରାଜା ପୂଜାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ୫୫ କେଜିରେ ସଙ୍କେତ ସରଗର ରୌପ୍ୟ ପଦକ ହାସଲ କରିଥିଲେ । କର୍ଣ୍ଣାଟକର ଗୁରୁରାଜା ସ୍ନାଚରେ ୧୧୮ ଓ କ୍ଲି ଆଣ୍ଡ ଜର୍କରେ ୧୫୧ କେଜି ଭାର ଉଠାଇଥିଲେ । ସେ ଓଭରାଲ ୨୬୯ କେଜିର ଭାର ଉଠାଇଥିଲେ । ଏହି ବର୍ଗରେ ମାଲେସିଆର ମହମ୍ମଦ ଅଜନିଲ ବିଡିନ (୨୮୫ କେଜି) ସ୍ୱର୍ଣ୍ଣ ଏବଂ ପିଏନଜିର ମୋରେଆ ବାରୁ (୨୭୩ କେଜି) ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୮ ଗୋଲ୍ଡକୋଷ୍ଟରେ ବି ଗୁରୁରାଜା ଭାରତ ପାଇଁ ପଦକ ଜିତିଥିଲେ । ଗୋଟିଏ ଦିନରେ ୨ଜଣ ୱେଟଲିଫ୍ଟର ଭାରତ ପାଇଁ ପଦକ ଜିତିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସୂଚନାଯୋଗ୍ୟ, ଗୁରୁରାଜାଙ୍କ ବାପା ଟ୍ରକ ଡ୍ରାଇଭର ଥିବା ବେଳେ ସଙ୍କେତଙ୍କ ବାପା ପାନ ଓ ସ୍ନାକ୍ସ ଦୋକାନ କରି ଘର ଚଳାଇଥାନ୍ତି । ଆର୍ଥୀକ ଅସୁବିଧା ସତ୍ୱେ ସେମାନେ ତାଙ୍କ ପୁଅମାନଙ୍କ ପାଇଁ ଯେଉଁ ନିଷ୍ଠାପର ତ୍ୟାଗର ପ୍ରଦର୍ଶନ କରିଛନ୍ତି ସେଥିଯୋଗୁ ଆଜି ଦେଶ ଗର୍ବିତ ହୋଇପାରିଛି ।
BREAKING NEWS
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
- ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
- Paddy Smuggle: ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ
- Tension In Kotia: ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି
- PT Usha’s Husband Died: ଆଉ ନାହାଁନ୍ତି ଦୌଡ଼ରାଣୀ ପିଟି ଉଷାଙ୍କ ସ୍ୱାମୀ, ଆଇଓଏ ସଭାପତିଙ୍କ ସହ କଥା ହୋଇ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
- Gun Found: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ମିଳିଲା ବନ୍ଧୁକ
- Jaundice Outbreak: ରାୟଗଡ଼ାରେ ଜଣ୍ଡିସ୍ ଆତଙ୍କ, ଗୋଟିଏ ସପ୍ତାହରେ ୧୨ ଆକ୍ରାନ୍ତ
- Weather Update: ପୁଣି ଥରେ ଥରାଇବ ଶୀତ, କୁହୁଡ଼ି ନେଇ ୩ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ
- ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ, ଭାଙ୍ଗିଲା ୨୭୪ ମିଲିୟନ ଫଲୋଅର୍ସଙ୍କ ହୃଦୟ
Comments are closed.