ଓଡେଶା: ୟୁକ୍ରେନର ଓଡେଶା ବନ୍ଦରରୁ ଆଜି ଆଫ୍ରିକା ଅଭିମୁଖେ ୨୬ ହଜାର ଟନ ମକା ନେଇ ଏକ କାର୍ଗୋ ଶିପ ରପ୍ତାନୀ ଅଭିଯାନ ଆରମ୍ଭ କରିଛି । ରୁଷ ଏହି ଜାହଜ ଉପରେ ଆକ୍ରମଣ କରିବ ନାହିଁ ଘୋଷଣା କରିଛି । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖା ଦେଇଛି । ୟୁକ୍ରେନ ବନ୍ଦର ଉପରେ ରୁଷ ଆକ୍ରମଣ କରୁଥିବାରୁ ଫୁଡ ଏକ୍ସପୋର୍ଟ ହୋଇପାରୁ ନ ଥିଲା । ଫଳରେ ଆଫ୍ରିକା ଲୋକେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମିଳିତ ଜାତିସଂଘର ଅନୁରୋଧ ଏବଂ ତୁର୍କୀର ହସ୍ତକ୍ଷେପ ପରେ ଉଭୟ ଦେଶ ଖାଦ୍ୟ ରପ୍ତାନୀ ନେଇ ସହମତି ହୋଇଥିଲେ । ତେବେ ଏହା ପରେ ଓଡେଶ ବନ୍ଦର ଉପରେ ରୁଷ ଆକ୍ରମଣ କରିବା ଯୋଗୁ ଏହି ଉଦ୍ୟମ ବ୍ୟର୍ଥ ହୋଇଥିଲା । ବର୍ତମାନ ଓଡେଶାରୁ ବାହାରିଥିବା ଜାହଜ ମଙ୍ଗଳବାର ରାତି ସୁଦ୍ଧା ଇସ୍ତାନବୁଲ ବନ୍ଦରରେ ପଂହଚିବ । ସୂଚନାଯୋଗୃ, ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରୀ ରହିଛି ।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି