Latest Odisha News

BREAKING NEWS

ବେଜିଂର ଚେତାବନୀ ସତ୍ତ୍ୱେ ତାଇଓ୍ୱାନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକାର ବାଚସ୍ପତି ନାନସୀ ପେଲୋସି

ତାଇପେଇ ସିଟି: ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ବିଶ୍ୱର ଦୁଇ ମହାଶକ୍ତି ଚୀନ୍ ଏବଂ ଆମେରିକାର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ନାନସୀ ପେଲୋସି ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନଙ୍କୁ ଭେଟିଛନ୍ତି। ଏହି ବୈଠକରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ କହିଛନ୍ତି ଯେ “ମୁଁ ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କୁ ସ୍ୱାଗତ କରୁଛି। ଆମେରିକା-ତାଇୱାନ ସମ୍ପର୍କ ବିଷୟରେ କଥା ହୋଇଛୁ । ଏହି ସାକ୍ଷାତ ପାଇଁ ଖୁସି ଜାହିର କରୁଛୁ। “

ରାଷ୍ଟ୍ରପତି ତାଇ ଇଙ୍ଗ ୱେନ କହିଛନ୍ତି, “ଆମେରିକାର ବାଚସ୍ପତି ପେଲୋସି ପ୍ରକୃତରେ ତାଇୱାନର ଅନ୍ୟତମ ପ୍ରକୃତ ବନ୍ଧୁ। ତାଇୱାନ ପାଇଁ ଆମେରିକର ଏପରି ସମର୍ଥନ ପାଅଁ ଆମେ କୃତଜ୍ଞ।” ତାଇ ଇଙ୍ଗ ୱେନ ଆହୁରି କହିଛନ୍ତି, ଆମେ ଆମ ଦେଶର ସାର୍ବଭୈମତ୍ୱକୁ ଦୃଢ ଭାବରେ ରକ୍ଷା କରିବୁ ଏବଂ ପ୍ରତିରକ୍ଷା ରେଖା ବଜାୟ ରଖିବୁ। ଏଥି ସହିତ, ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଏବଂ ବିଶ୍ୱାସ ଉପରେ ଗୁରୁତ୍ୱ ଦେବୁ । ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ସହ ସହଯୋଗ ଏବଂ ଏକତା ମଧ୍ୟରେ କାମ କରିବାକୁ ଅପେକ୍ଷା କରିଛୁ। “

ତାଇୱାନ ଗସ୍ତରେ ନାନସୀ ପେଲୋସିଙ୍କ ଉପରେ ରାଗିଯାଇ ଚୀନ୍ ଆକ୍ରମଣାତ୍ମକ ପ୍ରତିକ୍ରିୟା ରଖିଛି। ଏହି ସମୟରେ, ତାଇୱାନରେ ଶାନ୍ତି ସମ୍ପର୍କରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ କହିଛନ୍ତି, “ତାଇୱାନରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏକ ମୁକ୍ତ ତଥା ଓପନ ଇଣ୍ଡୋ-ପାସିଫିକକୁ ସୁନିଶ୍ଚିତ କରିବା ପାଇଁ ତାଇୱାନ ଏକ ପ୍ରମୁଖ ଆଞ୍ଚଳିକ ସୁରକ୍ଷା ଶକ୍ତି ।

ଏଥି ବୈଠକରେ ଆମେରିକାର ବାଚସ୍ପତି ପେଲୋସି କହିଛନ୍ତି ଯେ ତାଇୱାନ ସହ ଆମେରିକା ସର୍ବଦା ଛିଡା ହେବାକୁ ପ୍ରତିଜ୍ଞା କରିଛି। ଏହି ଦୃଢ  ମୂଳଦୁଆ ଉପରେ ସ୍ୱୟଂ ଶାସନ ଏବଂ ଆତ୍ମନିର୍ଭରଶୀଳତା ଏହି ଅଞ୍ଚଳରେ ତଥା ବିଶ୍ୱରେ ପାରସ୍ପରିକ ନିରାପତ୍ତା ଉପରେ ଧ୍ୟାନ ଦେଇଛି।ତାଇୱାନରେ ଗଣତନ୍ତ୍ରର ବିକାଶ ହେଉଛି। ତାଇୱାନ ପ୍ରମାଣିତ କରିଛି ଯେ ଚ୍ୟାଲେଞ୍ଜ ସତ୍ତ୍ୱେ କପରି ନିଜ ପ୍ରଚେଷ୍ଟା ବଳରେ ସମୃଦ୍ଧ ଭବିଷ୍ୟତ ଗଠନ କରିହେବ।

ଉଲ୍ଲେଖଯୋଗ୍ୟ, ତାଇଓ୍ୱାନକୁ ଚୀନ ନିଜ ଦେଶର ଏକଂ ଅଂଶ ବୋଲି ବିବେଚନା କରେ । ତେଣୁ ଆମେରିକାର କୌଣସି ବଡ ନେତାଙ୍କ ତାଇଓ୍ନାନ ଗସ୍ତକୁ ଚୀନ ବିରୋଧ କରେ। ଏସିଆ ମହାଦେଶ ଗସ୍ତରେ ଥିଲେ ଆମେରିକାର ତୃତୀୟ କ୍ଷମତାଶାଳୀ ବ୍ୟକ୍ତି। ତାଇଓ୍ୱାନ ଆସିବେ ବୋଲି କେବଳ ଚର୍ଚ୍ଚା ହେଉଥିଲା କିନ୍ତୁ ସରକାର ସୂଚନା ନଥିଲା। ଏହାପୂର୍ବରୁ କିନ୍ତୁ ଚିନ୍ତୁ ଚେତାବନୀ ଦେବାକୁ ଯାଇ କହିଥିଲା ନାନସୀ ତାଇଓ୍ୱାନ ଆସିଲେ ସ୍ଥିତି ଭୟାନକ ହୋଇପାରେ। କିନ୍ତୁ ଚୀନର ଏହି ଚେତାବନୀକୁ ଖାତିର ନକରି ଗତକାଲି ଭାରତୀୟ ସମୟ ରାତି 8ଟା ସମୟରେ ଆମେରିକା ବାୟୁସେନାର କଡା ସୁରକ୍ଷା ବଳୟରେ ନାନସୀ ପେଲୋସି ତାଇଓ୍ୱାନରେ ଓହ୍ଲାଇଛନ୍ତି। ଅନ୍ୟପଟେ ତାଇଓ୍ୱାନ ସୀମାରେ ବେଜିଂ ଯୁଦ୍ଧାଭ୍ୟାସ କରୁଛି।

Comments are closed.