Latest Odisha News

BREAKING NEWS

ଯେଉଁ ଅସ୍ତ୍ରରେ ଆମେରିକାର ଶତ୍ରୁ ନିପାତ ହେଲା ତାକୁ କିଣିବେ ମୋଦୀ ସରକାର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନ କାବୁଲର ହାଇ ସିକ୍ୟୁରିଟି ଜୋନରେ ରହୁଥିବା ଏକ ସାଧାରଣ ଘର ବାଲକୋନାରି ବୁଲୁଥିବା ବେଳେ ଆମେରିକାର ଏକ ମିଶାଇଲ ମାଡରେ ନିପାତ ହୋଇଛି ଅଲ୍ କାଏଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ ଲାଡେନ ପରେ ଦାୟିତ୍ୱ ସମ୍ବାଳୁଥିବା ଆୟମାନ ଅଲ୍ ଜଓ୍ୱାହିରି । ଆମେରିକା ଜଓ୍ୱାହିରି ଉପରେ ଏପରି ଏକ ମିସାଇଲ ମାଡ କରିଛି ଯେଉଁଥିରେ ପାଖଆଖରେ କୌଣସି କ୍ଷତି ଘଟିନି। ଏହା ସମ୍ଭବ ହୋଇପାରିଛି ଆମେରିକାର R9X କିମ୍ବା ଏମକ୍ୟୁ-9 ଡ୍ରୋନ ପାଇଁ। ଏବେ ସାରା ବିଶ୍ୱରେ ଏହି ଯୁଦ୍ଧାସ୍ତ୍ର ଉପରେ ନଜର ପଡିଛି।

ଭାରତର ମୋଦୀ ସରକାର ଆତଙ୍କବାଦକୁ ବିଶ୍ୱର ବଡ ମୁଦ୍ଦା କହିବା ସହିତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି। ଯଦି ଆମେରିକା କାବୁଲରେ ପଶି ନିଜ ଗୁଇନ୍ଦା ଏବଂ ସେନା ଅଧିକାରୀର ସୂଚନା ଅନୁସାରେ ନିଜ ଶତ୍ରୁର ମୁଣ୍ଡ ଗଡାଇଛି । ତାହାଲେ ଅନ୍ୟ ଦେଶ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଏପରି ଶୈଳୀ ଯେ ନଆପଣେଇବେ ତାହା ଅସମ୍ଭବ ନୁହେଁ । ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନ ଅନ୍ୟ ଦେଶ ପାଇଁ ମଧ୍ୟ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଗୋଟିଏ ଆତ୍ମବିଶ୍ୱାସ ଯୋଗାଇଛି । ଏପରି ସ୍ଥିତିରେ ଭାରତ ମଧ୍ୟ ଆତଙ୍କବାଦ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି। ଯେତେବେଳେ ଉଭୟ ପାକିସ୍ତାନ ଏବଂ ଚୀନ ସୀମାରେ ବିବାଦ ବଢୁଛି । ଗୋଟିଏ ପଟେ ସୀମାରେ ଚୀନର ବଢୁଥିବା ଅନୁପ୍ରବେଶ ଓ ଅନ୍ୟପଟେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୁକାବିଲା ପାଇଁ ଭାରତୀୟ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଉପରେ ମୋଦୀ ସରକାର ଚିନ୍ତା କରୁଛନ୍ତି। ଯାହାଦ୍ୱାରା ଯବାନଙ୍କ କ୍ଷତି କମ୍ ହୋଇପାରିବ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁୟାୟୀ, ଆମେରିକୀୟ ବାୟୁସେନାର ଏହି ଡ୍ରୋନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହା ନିଜର ଗତି ଓ ଶକ୍ତି ପାଇଁ ପରିଚିତ । ଶତ୍ରୁପକ୍ଷ ଉପରେ ତୀକ୍ଷ୍ଣ ଆଖିବୁଜା ଆକ୍ରମଣ କରିପାରିବ, ଅତ୍ୟାଧୁନିକ ରାଡାର ମଧ୍ୟ ଏହାକୁ ଧରି ପାରିବ ନାହିଁ ବୋଲି ଏହାକୁ ଷ୍ଟେଲଥ ଶ୍ରେଣୀରେ ରଖାଯାଇଛି। ଏହି ଗୋଟିଏ ଡ୍ରୋନର ଓଜନ ଆଫ୍ରିକୀୟ ହାତୀ ସହିତ ସମାନ ।

ଏହା ବ୍ୟତୀତ, ରେପର୍ ଡ୍ରୋନ୍ 1700 କିଲୋଗ୍ରାମ ଓଜନ ବହି ନେଇପାରିବ। ତେଣୁ ଏହି ଡ୍ରୋନ୍ ଗୁଡିକ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ସହିତ ଯାଇପାରିବ। ଏହି ଡ୍ରୋନ୍ ଆକାଶ ମାର୍ଗରେ ଏୟାର ଟୁ ଏୟାର ଟାର୍ଗେଟ ହୋଇପାରିବ।

ସୂଚନା ଅନୁଯାୟୀ, ଏହି ଡ୍ରୋନ୍ ବିଶେଷ କରି ଭାରତୀୟ ନୌସେନା ପାଇଁ କିଣାଯିବ। ଭାରତ ଏପରି ଏକ ଅତ୍ୟାଧୁନିକ ଡ୍ରୋନ୍ ସିଷ୍ଟମ ପାଇବା ମାତ୍ରେ ସେନାର ଶକ୍ତି ନିଶ୍ଚିତ ଭାବରେ ବୃଦ୍ଧି ପାଇବ।

କିଏ MQ9 ରେପର୍ ତିଆରି କରେ?

ଆମେରିକାର ଜଣାଶୁଣା କମ୍ପାନୀ ଜେନେରାଲ ଆଟୋମିକ୍ସ ଏହି ସର୍ବୋତ୍ତମ ଡ୍ରୋନ୍ ନିର୍ମାଣ କରେ। ଏହି ଡ୍ରୋନର କୌଣସି ଧ୍ୱନି ବା ଶବ୍ଦ ନାହିଁ। ଆମେରିକା ନିକଟରେ ହିଁ କେବଳ ଏହି ଡ୍ରୋନ ରହିଛି । ପୂର୍ବରୁ ଆଫଗାନିସ୍ତା ଛାଡିବା ବେଳେ ଆମେରିକା ଏହି ଡ୍ରୋନକୁ ବ୍ୟବହାର କରିଥିଲା। ସେହିପରି ସିରିଆରେ ମଧ୍ୟ ଏହି ଡ୍ରୋନକୁ ବ୍ୟବହାର କରି ନିଜର ଲକ୍ଷ୍ୟ ସାଧନ କରିଥିଲା। ୨୦୧୭ରେ ଏହି ଆର୍‌୯ଏକ୍ସକୁ ପ୍ରଥମେ ପ୍ରୟୋଗ କରିଥିଲା ଆମେରିକା । ଅଲକାଏଦାର ବରିଷ୍ଠ ନେତା ଅବୁ-ଅଲ୍‌-ଖୟାର୍‌ ଅଲ୍‌-ମସ୍ରି ସିରିୟାରେ କାର୍‌ରେ ଯାଉଥିଲେ ତାଙ୍କୁ ଏଥିରେ ଆକ୍ରମଣ କରି ନିହତ କରାଯାଇଥିଲା। ଏହା ଉଭୟ ସ୍ଥଳ, ଜଳ ଓ ଆକାଶ ମାର୍ଗରେ ବ୍ୟବହାର ହୋଇପାରୁଥିବାର ସୂଚନା ରହିଛି।

ଡ୍ରୋନରେ ଲାଗିଥିବା ମିସାଇଲର ବିଶେଷତ୍ୱ

  • ଇନପୁଟ ଆଧାରରେ ଏହି ମିସାଇଲ କେବଳ ଟାର୍ଗେଟ କରେ
  • ମିସାଇଲରେ ୬ଟି ରେଜର୍‌ ପରି ବଡ ବଡ ବ୍ଲେଡ୍‌ ରହିଛି
  • ଟାର୍ଗେଟ୍‌ରେ ମାଡ ହେବା ପରେ ମିସାଇଲର ବ୍ଲେଡ୍‌ ଖଣ୍ଡ ଖଣ୍ଡ କରିଦିଏ, ଯାହା ମୃତ୍ୟୁକୁ ସିନିଶ୍ଚିତ କରାଏ
Leave A Reply

Your email address will not be published.