ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ସେମିଫାଇନାଲର ନିକଟତର ହୋଇଛନ୍ତି । ବୁଧବାର ଭାରତ ୮-୦ ଗୋଲରେ କାନାଡାକୁ ପରାସ୍ତ କରିଛି । ଗୁରୁବାର ୱେଲ୍ସ ବିପକ୍ଷ ମ୍ୟାଚ ପରେ ଭାରତର ସେମିଫାଇନାଲ ସ୍ଥିତି ଜଣାପଡିବ । ଏହି ଏକତରଫା ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ଅକ୍ଷଦୀପ ସିଂ ଡବଲ ଗୋଲ ସ୍କୋର କରିଥିବା ବେଳେ ମନଦୀପ ସିଂ, ଗୁରୁଜନ୍ତ ସିଂ, ଅମିତ ରୋହିଦାସ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ପୂର୍ବରୁ ଭାରତର ମହିଳା ଟିମ କାନାଡାକୁ ପରାସ୍ତ କରି ସେମିରେ ପ୍ରବେଶ କରିଛି ।
ଜୁଡୋ, ବକ୍ସିଂରେ ନିଶ୍ଚିତ ହେଲା ୨ ପଦକ: ଭାରତର ତୁଳୀକା ମାନ ୭୮ କିଲୋଗ୍ରାମ ମହିଳା ଜୁଡୋର ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ସେ ନ୍ୟୁଜିଲାଣ୍ଡର ସିଡନୀ ଆଣ୍ଡ୍ର୍ୟୁଜଙ୍କୁ ହରାଇଥିଲେ । ୪୮ କେଜି ମହିଳା ବକ୍ସିଂରେ ନୀତୁ ଘନଗାସ ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି ।
BREAKING NEWS
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
Comments are closed.