Latest Odisha News

BREAKING NEWS

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ପଡ଼ିବ, ଧନଖଡ ଜିତିଲେ କେଉଁ ରାଜ୍ୟ ଅଧିକ ଖୁସି ହେବ?

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦରେ ଏଥିପାଇଁ ମତଦାନ ଅନୁଷ୍ଠିତ ହେବ। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ଭୋଟ୍ ଦେବେ ସାଂସଦ। ପରିସଂଖ୍ୟାନ ଦୃଷ୍ଟିରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡଙ୍କ ବିଜୟ ସୁନିଶ୍ଚିତ ମନେହୁଏ। ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ମତଭେଦ ମଧ୍ୟ ଦେଖାଦେଇଛି ଯେହେତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଭୋଟ୍ ପ୍ରକ୍ରିୟାରୁ ନିବୃତ୍ତ ରହିବାକୁ ଘୋଷଣା କରିଛି।

୮୦ ବର୍ଷୀୟ ଆଲଭା ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜସ୍ଥାନର ରାଜ୍ୟପାଳ ଭାବରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ଭୋଟ୍ ଦେବେ ବୋଲି ଟିଏମସି, ଆମ୍ ଆଦମୀ ପାର୍ଟି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ଏଆଇଏମଆଇଏମ ଅଲଭାଙ୍କୁ ସମର୍ଥନ ଜଣାଇଛନ୍ତି। ଅଲଭା ଏପର୍ଯ୍ୟନ୍ତ ପାଇଥିବା ଦଳର ସମର୍ଥନକୁ ଦେଖିଲେ ଅନୁମାନ କରାଯାଉଛି ଯେ ସେ ପାଖାପାଖି ୨୦୦ ଭୋଟ୍ ପାଇପାରିବେ।

ସେହିପରି ୭୧ ବର୍ଷୀୟ ଜଗଦୀପ ଧନଖଢ ରାଜସ୍ଥାନର ପ୍ରଭାବଶାଳୀ ଜାଠ ସମ୍ପ୍ରଦାୟର। ବିଜେଡି, ଜେଡିୟୁ, ଓ୍ୱାଇଏସଆର କଂଗ୍ରେସ, ବହୁଜନ ସମାଜ ପାର୍ଟି, ଏଆଇଏଡିଏମକେ ଏବଂ ଶିବସେନା ଧନଖଡଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ଧନଖଡ ପାଇଥିବା ସମର୍ଥନକୁ ଦେଖିଲେ ଜଣାପଡୁଛି ଏନଡିଏ ପ୍ରାର୍ଥୀ ୫୧୫ ଭୋଟ୍ ପାଇବେ ମନେହୁଏ।

ଉପରାଷ୍ଟ୍ରପତି ଭାବେ ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ଅଗଷ୍ଟରେ ଶପଥ ଗ୍ରହଣ କରିବେ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟ ନିର୍ବାଚନରେ ଭାଗ ନେବେ। ମନୋନୀତ ସଦସ୍ୟମାନେ ମଧ୍ୟ ଏହି ନିର୍ବାଚନରେ ଭୋଟ୍ ଦେବେ। ସଂସଦର ୭୮୮ ସାଂସଦ ରହିଛନ୍ତି । ଯେଉଁଥିରୁ କେବଳ ବିଜେପିରେ ୩୯୪ ସାଂସଦ ରହିଛନ୍ତି। ବିଜୟୀ ହେବାକୁ ୩୯୦ ରୁ ଅଧିକ ଭୋଟ୍ ଆବଶ୍ୟକ।

ଯଦି ଧନଖଡ ଉପ-ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ପ୍ରଥମ ଥର ପାଇଁ ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସମାନ ରାଜ୍ୟର ରହିବେ।

Leave A Reply

Your email address will not be published.