Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୬

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ର ସପ୍ତ ମୋକ୍ଷ ଦାୟକ କ୍ଷେତ୍ର ମଧ୍ୟରେ ଅନ୍ୟତମ ଶାସ୍ତ୍ର କହେ। “ଅଯୋଧ୍ୟା ମଥୁରା ଗୟା କାଶୀ କାଞ୍ଚିହ୍ୟବନ୍ତିକା, ପୁରୀ ଦ୍ୱାରାବତୀ ଚୈବ ସପ୍ତେ ଇତେ ମୋକ୍ଷ ଦାୟିକା । ” ଅର୍ଥାତ ଅଯୋଧ୍ୟା, ମଥୁରା, ଗୟା, କାଶୀ, କାଞ୍ଚି, ଅବନ୍ତିକା ଓ ପୁରୀ ଧାମ ଏହି ସାତ ଗୋଟି ମୁକ୍ତି ତୀର୍ଥ ମଧ୍ୟରେ ପୁରୀ ଧାମରେ ଆଲୋଚନା ପ୍ରକାରେ ପଞ୍ଚ ତୀର୍ଥ ଥିବାରୁ ଏହା ସର୍ବୋତ୍ତମ ଅଟେ। ଆମେ ଆଲୋଚନା କରୁଥିଲେ ପଞ୍ଚ ତୀର୍ଥ ମଧ୍ୟରେ ଦୁଇଟି ମାନୁଷ ତୀର୍ଥ ଇନ୍ଦ୍ରଦ୍ୟୁମ୍ନ ଓ ଶ୍ୱେତଗଙ୍ଗା, ଭିତରେ ଶ୍ରେଷ୍ଠ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ବିଷୟରେ ।

ଏହି ପୁଷ୍କରିଣୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନିର୍ମିତ୍ତ ହୋଇଥିବାର ପ୍ରମାଣ ମଧ୍ୟ ଦେଲେ କିନ୍ତୁ ଏହି ପୁଷ୍କରିଣୀ ତଟର ଉତ୍ତର ପଶ୍ଚିମ କୋଣରେ ଏକ ମନ୍ଦିରରେ ରହିଛି ଯଜ୍ଞମାତାଙ୍କ ବିଗ୍ରହ ଓ ଯଜ୍ଞ କୁଣ୍ଡ। ସେହି ପାବଛର ବାମ ପାଖରେ ରହିଛି ଗଳମାଧବ ମନ୍ଦିର, ଓ ବାସୁଦେବ ମନ୍ଦିର ପୁରାତନ ରାଜବାଟି ନଷ୍ଠ ହୋଇଛି, କିନ୍ତୁ ସାଧୁ ଆଶ୍ରମ, ଗୋପୀନାଥଙ୍କ ମନ୍ଦିର, କଳ୍କୀ ଅବତାର ମନ୍ଦିର, ଛୋଟ ଛୋଟ ପଞ୍ଚୁ ପାଣ୍ଡବ ମନ୍ଦିର ଇତ୍ୟାଦି ସୂଚାଇ ଥାଏ ଯେ ଏହି ପୁଷ୍କରିଣୀଟି ବିଭିନ୍ନ ରାଜା ମାନଙ୍କ ଦ୍ୱାରା ପରିବର୍ଦ୍ଧିତ ଓ ପରିମାର୍ଜିତ ହୋଇଅଛି। ଏହି ତୀର୍ଥ ର ମାହାତ୍ମ୍ୟ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡ ୩୪ ଅଧ୍ୟାୟରେ ଏହିପରି କୁହାଯାଇଛି। ତ୍ବତୀର୍ଥ ତୀରେ ରାଜେନ୍ଦ୍ର ସ୍ଥାଶ୍ୟାମି ପ୍ରତିବତ୍ସରମ,ସର୍ବତୀର୍ଥlନି ତସ୍ମିଂଶ୍ଚ ସ୍ଥାସ୍ୟନ୍ତି ମୟୀତିଷ୍ଠତି । “ତତ୍ର ସ୍ନାତ୍ୱl ବିଧାନେନ ତୀର୍ଥେ ତୀର୍ଥର୍ଘ ପାବନେ, ସପ୍ତାହଂ ଯେ ପ୍ରପଶ୍ୟନ୍ତି ଗୁଣ୍ଡିଚା ମଣ୍ଡପେସ୍ଥିତମ ମାଂ ଚ ରାମଂ ସୁଭଦ୍ରାଞ୍ଚ ମତ ସାଜୁଯ୍ୟ ମବାପ୍ନୁୟୁ ।” ଅର୍ଥାତ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ପ୍ରଦାନ କରି ଶ୍ରୀଜଗନ୍ନାଥ କହିଥିଲେ -ମୁଁ ପ୍ରତିବର୍ଷ ଏହି ଗୁଣ୍ଡିଚା ମନ୍ଦିରସ୍ଥ ଆଡପ ମଣ୍ଡପରେ ଅବସ୍ଥାନ କରିବି । ସେ ସମୟରେ ସମସ୍ତ ତୀର୍ଥ ଏହି ଇନ୍ଦ୍ରଦ୍ୟୁମ୍ନ ସରୋବରରେ ଅବସ୍ଥାନ କରିବେ । ତେଣୁ ସେହି ପବିତ୍ର ଜଳ ରେ ସ୍ନାନ କରି, ମୋତେ ଆଡପ ମଣ୍ଡପରେ ସପ୍ତ ଦିନ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ । କାରଣ ସେମାନେ ସାଜୁଯ୍ୟ ମୁକ୍ତି ଲାଭ କରନ୍ତି ।

ଏହା ବ୍ୟତୀତ ଭାଦ୍ରବ ଅମାବାସ୍ୟା, ବୈଶାଖ ଶୁକ୍ଳ ତୃତୀୟା, କାର୍ତ୍ତିକ ଶୁକ୍ଳ ନବମୀ, ଭାଦ୍ରବ କୃଷ୍ଣ ତ୍ରୟୋଦଶୀ, ଓ ମାଘ ପୁର୍ଣିମା ପ୍ରଭୃତି ଦିନ ଗୁଡିକରେ ଏହି ତୀର୍ଥରେ ସ୍ନାନ ଓ ଶ୍ରାଦ୍ଧ ଦାନ, ସହସ୍ର ଗୟାଶ୍ରାଦ୍ଧଠାରୁ ମଧ୍ୟ ଅଧିକ ଫଳ ଦେଇଥାଏ । ଆସନ୍ତୁ ସେହି ପାବନ ତୀର୍ଥକୁ ପ୍ରଣାମ କରି କରିବା ଆରାଧନା ଓ ଭାଗବତ ପଠନ କରିବା ।

ଯେ ଭାବେ ଯେମନ୍ତେ ପୂଜିଲେ
ଜୀବ ନିସ୍ତାର ଲଭେ ଭଲେ ।
ପଵିତ୍ର ଜଳେ ସ୍ନାନ କରି
ଵସ୍ତ୍ର ତିଳକ କୁଶ ଧରି ।
ସକଳ ଦ୍ରବ୍ୟ ଅବଧlନେ
ଘେନି ମିଳିବ ପୂଜା ସ୍ଥାନେ ।
ବ୍ରlହ୍ମଣ ପୁଜେ ଯେବେ ମୋତେ
ଅଖଣ୍ଡ କୁଶ ଘେନି ହସ୍ତେ ।
* * *
ଗାୟତ୍ରୀ ମନ୍ତ୍ରେ ସର୍ବ ଦ୍ରବ୍ୟେ
ଜଳ ସିଞ୍ଚିବ ଶୁଦ୍ଧ ଭାବେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.