Latest Odisha News

BREAKING NEWS

ଭାରତକୁ 9 ରନରେ ହରାଇଲା ଅଷ୍ଟ୍ରେଲିଆ, ରୈାପ୍ୟ ଜିତିଲା ମହିଳା କ୍ରିକେଟ ଟିମ୍

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ  କ୍ରିକେଟରେ ଅଷ୍ଟ୍ରେଲିଆଠାରୁ ଫାଇନାଲରେ ପରାସ୍ତ ହୋଇଛି  । ସ୍ବର୍ଣ୍ଣ ଜିତିନପାରି ରୈାପ୍ୟରେ ସନ୍ତୁଷ୍ଟ ହୋଇଛି ଟିମ ଇଣ୍ଡିଆ  । ମହିଳା ଖେଳାଳିମାନେ ପ୍ରଥମରୁ ଭଲ ଖେଳିଥିଲେ ମଧ୍ୟ ଶେଷଭାଗରେ ଉଇକେଟ ହରାଇ ମ୍ୟାଚ ହାରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରି 161 ରନ କରିଥିଲା ଅଷ୍ଟ୍ରେଲିଆ ମହିଳା ଟିମ୍   । 162 ରନର ପିଛା କରି 152 ରନରେ ସମସ୍ତ ଉଇକେଟ ହରାଇଥିଲା ଟିମ ଇଣ୍ଡିଆର ମହିଳା ଦଳ ।  ପ୍ରଥମେ ବ୍ୟାଟିଂ କରି  ହାଲି 7 ରନ୍ କରି ଆଉଟ ହୋଇଥିବା ବେଳେ ଲାନିଂ 36 ରନ କରି ଆଉଟ ହୋଇଥିଲେ । ମ୍ୟାକଗ୍ରାଥ୍ 2 ରନ୍ କରି ଆଉଟ ହୋଇଥିବା ବେଳେ ଗାର୍ଡନର  25 ରନ୍ କରିଥିଲେ । ମୁନି ସର୍ବାଧିକ 61 ରନ୍ କରି ଆଉଟ ହୋଇଥିଲେ । 161 ରନ କରିଛି ଅଷ୍ଟ୍ରେଲିଆ ।

162 ରନ କରିଥିଲେ ସ୍ବର୍ଣ୍ଣ ପଦକ ହାସଲ କରିଥାନ୍ତା ଟିମ ଇଣ୍ଡିଆ । କିନ୍ତୁ 9 ରନରେ ହାରିଲା ଟିମ ଇଣ୍ଡିଆ । ପ୍ରଥମରୁ ଓପନର ଶେଫାଳି ବର୍ମା 11 ରନ କରି ଆଉଟ ହୋଇଥିବା ବେଳେ ସ୍ମୃତି ମାନ୍ଧାନା 6 ରନ କରି ଆଉଟ ହୋଇଥିଲେ। କିନ୍ତୁ ମଧ୍ୟ ଭାଗରେ  ହରମନପ୍ରିତ କୈାର ସର୍ବାଧିକ 65 ରନ କରିଥିଲେ । ଜେମିମା 33 ରନ କରିଥିଲେ । ଜିତିବା ମ୍ୟାଚକୁ  ଶେଷ ବେଳକୁ ସଂଘର୍ଷ କରି ପରାସ୍ତ ହୋଇଥିଲା ଇଣ୍ଡିଆ । 152 ରନ କରି ଭାରତୀୟ ମହିଳା ଟିମ୍ ଅଟକି ଯାଇଥିଲା ।

 

Leave A Reply

Your email address will not be published.