ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି ।
ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ଦିଆଯାଇଛି ।
୨୦୨୨ ଅଗଷ୍ଟ ମାସ ପାଇଁ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ମୋଟ୍ ପ୍ରାପ୍ତି ବା ନିଟ୍ ପ୍ରୋସିଡ୍ସର ରାଜ୍ୟୱାରୀ ବିତରଣ
କ୍ରଂସଂ | ରାଜ୍ୟର ନାମ | ମୋଟ୍ (କୋଟିରେ) |
1 | ଆନ୍ଧ୍ର ପ୍ରଦେଶ | 4,721.44 |
2 | ଅରୁଣାଚଳ ପ୍ରଦେଶ | 2,049.82 |
3 | ଆସାମ | 3,649.30 |
4 | ବିହାର | 11,734.22 |
5 | ଛତିଶଗଡ଼ | 3,974.82 |
6 | ଗୋଆ | 450.32 |
7 | ଗୁଜରାଟ | 4,057.64 |
8 | ହରିୟାଣା | 1,275.14 |
9 | ହିମାଚଳ ପ୍ରଦେଶ | 968.32 |
10 | ଝାଡ଼ଖଣ୍ଡ | 3,858.12 |
11 | କର୍ଣ୍ଣାଟକ | 4,254.82 |
12 | କେରଳ | 2,245.84 |
13 | ମଧ୍ୟପ୍ରଦେଶ | 9,158.24 |
14 | ମହାରାଷ୍ଟ୍ର | 7,369.76 |
15 | ମଣିପୁର | 835.34 |
16 | ମେଘାଳୟ | 894.84 |
17 | ମିଜୋରାମ | 583.34 |
18 | ନାଗାଲାଣ୍ଡ | 663.82 |
19 | ଓଡ଼ିଶା | 5,282.62 |
20 | ପଞ୍ଜାବ | 2,108.16 |
21 | ରାଜସ୍ଥାନ | 7,030.28 |
Comments are closed.