ବୁଡଗାମ: ଜମ୍ମୁ-କଶ୍ମୀରର ବୁଡଗାମ ଅଂଚଳରେ ସୁରକ୍ଷାକମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟକାରୀ ସମେତ ୩ ଆତଙ୍କୀଙ୍କୁ ସଫା କରାଯାଇ ପାରିଛି । ଲଶ୍କର ଇ ତୋଇବାର ଏହି ଆତଙ୍କବାଦୀ ଲୁଚି ରହିଥିବା ପୋଲିସ ଖବର ପାଇବା ପରେ ସମ୍ପୃକ୍ତ ଅଂଚଳକୁ ଘେରାଉ କରିଥିଲା । ଧରା ପଡିଯିବା ଭୟରେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ପାଲଟା ଜବାବରେ ୩ ଆତଙ୍କୀ ମୃତ୍ୟୁବରଣ କରିଥିଲେ । ଲତିଫ ରାଥର ନାମକ ଆତଙ୍କୀ ରାହୁଲ, ଅମରୀନ ଭଟଙ୍କ ସମେତ ଅନ୍ୟ କେତେଜଣ ନିରୀହ ନାଗରିକଙ୍କ ହତ୍ୟାରେ ସାମିଲ ଥିଲା । ଯାହାକୁ ନେଇ ଘାଟିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ସ୍ଥାନୀୟ ପୋଲିସ ୩୦ କିଗ୍ରା ଆଇଇଡି ଜବତ କରିଛି । ଏହା ଦ୍ୱାରା ଆତଙ୍କବାଦୀଙ୍କ ଆଉ ଏକ ଷଡଯନ୍ତ୍ର ପଣ୍ଡ ହୋଇଛି ।
BREAKING NEWS
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…

Comments are closed.