Latest Odisha News

BREAKING NEWS

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର ଧକ୍କାରେ ୬ ମୃତ

ଅହମଦାବାଦ: ଗୁରୁବାର ସନ୍ଧ୍ୟାରେ ଅଟୋ ରିକ୍ସା ଏବଂ ମୋଟରସାଇକେଲକୁ ଧକ୍କା ଦେଇଛି ଏକ ଏସୟୁଭି କାର । ଏହି ମୁହାଁମୁହିଁ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆନନ୍ଦ ନଗରୀ ଓ ତାରାପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅନ୍ତର୍ଗତ ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୋଜିତ୍ରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପୁନମ୍‌ଭାଇ ମାଧଭାଇ ପାରମରଙ୍କ ଜ୍ୱାଇଁ ଖେତନ୍‌ ପଧିୟାର ଏସୟୁଭି କାର ଚଳାଉଥିବା ଜଣାପଡିଛି । ସେତେବେଳେ ସେ ନିଶାସକ୍ତ ଥିଲେ। ଦୁର୍ଘଟଣା ଘଟାଇଥିବା କାରଟି କିଆ କମ୍ପାନୀର ସେଲ୍‌‌ଟସ୍‌ ଏସ୍‌ୟୁଭି ବୋଲି ଜଣାପଡିଛି। ଆନନ୍ଦ ପୋଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଛନ୍ତି। ଏଥିସହ ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରକ୍ଷାବନ୍ଧନ ପାଳନ କରି ପରିବାର ସଦସ୍ୟ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି।

ଏସପି ଅଜିତ ରଜିଆନ୍ କହିଛନ୍ତି ଯେ ଖେତନ୍ ପାଧିୟାର ଏସୟୁଭି ଚଳାଉଥିବାର ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ସେ କାର ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

Leave A Reply

Your email address will not be published.