Latest Odisha News

BREAKING NEWS

‘ମାଗଣା ଯୋଜନା ଉପହାର’ ପ୍ରସଙ୍ଗର ଶୁଣାଣି କରି ନିଜ ଶ୍ୱଶୁର ଘର ଉଦାହରଣ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟ୍ ପାଇଁ ମାଗଣା ଉପହାର ପ୍ରସଙ୍ଗ ବୃଦ୍ଧି ପାଇଛି। ମାଗଣା ବିଦ୍ୟୁତ୍ ଏବଂ ଜଳ ସମେତ ରାଜନୀତିକ ଦଳର ଏଭଳି ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଜନସ୍ୱାର୍ଥ ମାମଲା ଦାୟରର ଶୁଣାଣି କରିଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଏନ.ଭି ରାମନ୍ନା ଏକ ଘଟଣା ବର୍ଣ୍ଣନା କରି କହିଥିଲେ ଯେ ମୋ ଶ୍ୱଶୁର ଜଣେ କୃଷକ। ସେମାନେ ଯେଉଁଠାରେ ରୁହନ୍ତି, ସେହିସ୍ଥାନକୁ ସରକାର ବିଦ୍ୟୁତ ସଂଯୋଗ ଦେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ଉପରେ ଚାଷୀମାନେ ତାଙ୍କୁ ପଚାରିଥିଲେ ଯେ ସେ ସରକାରଙ୍କ ଏହି ପଦକ୍ଷେପ ବିରୋଧରେ କୋର୍ଟରେ ଏକ ଆବେଦନ ହୋଇପାରିବ କି? ତେବେ ଏହାର କିଛିଦିନ ପରେ ସରକାର ଘୋଷଣା କରିଛନ୍ତି ଯେ ଯାହାର ବେଆଇନ ବିଦ୍ୟୁତ ସଂଯୋଗ ଅଛି, ସେମାନଙ୍କ ସଂଯୋଗ ବର୍ତ୍ତମାନଠାରୁ ଆଇନଗତ ବିବେଚିତ ହେବ।

ରାମନ୍ନା କହିଲେ, ଏହା କି ପ୍ରକାର ନିଷ୍ପତ୍ତି ଏବଂ ମାଗଣା ଉପହାର? ଯେଉଁମାନେ ବିଦ୍ୟୁତ୍ ସଂଯୋଗକୁ ଅପେକ୍ଷା କରିଥିଲେ ସେମାନଙ୍କୁ ଅଣଦେଖା କରାଯାଇଥିଲା। ଆମେ ଏହା କେଉଁ ପ୍ରକାର ବାର୍ତ୍ତା ଦେଉଛୁ? କେବଳ ଯେଉଁମାନେ ବେଆଇନ କାମ କରୁଛନ୍ତି ସେମାନେ ଲାଭବାନ ହେଉଛନ୍ତି। ଏହି ପ୍ରସଙ୍ଗରେ ସେ ତାଙ୍କ ଶ୍ୱଶୁରଙ୍କୁ ମଧ୍ୟ ଉତ୍ତର ଦେଇପାରିନଥିଲେ ବୋଲି ଶୁଣାଣି ବେଳେ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦଳ ମାଗଣା ଉପହାର ବଣ୍ଟନ ଭଳି ଜନପ୍ରିୟ ଘୋଷଣାର ଅଭ୍ୟାସକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏହା କେବଳ ଟିକସଦାତାଙ୍କ ଅର୍ଥର ଅପଚୟ ନୁହେଁ, ବରଂ ଏକ ଆର୍ଥିକ ବିପର୍ଯ୍ୟୟ ଯାହା ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତର ଅଭିଯାନରେ ବାଧା ସୃଷ୍ଟି କରିପାରେ। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପ୍ରକୃତରେ ଆମ୍ ଆଦମୀ ପାର୍ଟି ଭଳି ଦଳକୁ ମାଗଣା ଜିନିଷ ଦେବା ଘୋଷଣା ପ୍ରସଙ୍ଗରେ ଦେଖାଯାଇଥିଲା।

ସାଂପ୍ରତିକ ସମୟରେ ପଞ୍ଜାବ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ମାଗଣା ବିଦ୍ୟୁତ ଏବଂ ଜଳ ଏବଂ ଅନ୍ୟାନ୍ୟ ଜିନିଷ ପ୍ରତିଶ୍ରୁତି  ଦିଆଯାଇଥିଲା।

ଅନ୍ୟପକ୍ଷରେ, କେନ୍ଦ୍ର ସରକାର ଗୁରୁବାର ଦିନ କୋର୍ଟଙ୍କୁ କହିଛନ୍ତି ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ‘ମାଗଣା ଉପହାର’ ଏକ ଚରମ ସ୍ତରକୁ ବୃଦ୍ଧି ପାଇଛି । ଯଦି କିଛି ରାଜନୀତିକ ଦଳ ଅନୁଭବ କରୁଛନ୍ତି ଯେ ଜନ କଲ୍ୟାଣମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାର ଏହା ହେଉଛି ଏକମାତ୍ର ଉପାୟ। ତେବେ ଏହି ଉପାୟ ‘ବିପର୍ଯ୍ୟୟ’ ଘଟାଇବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଯଦି ନିର୍ବାଚନ ଆୟୋଗ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ସର୍ବୋଚ୍ଚ ନ୍ୟାୟାଳୟ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ରାଜନୀତିକ ଦଳଙ୍କୁ ନିର୍ଦ୍ଦେଶ ଦେବା ଉଚିତ କି?

Leave A Reply

Your email address will not be published.