ନୂଆଦିଲ୍ଲୀ: ନୋଏଡାର ୪୦ ମହଲା ବିଶିଷ୍ଟ ସୁପରଟେକ ଟ୍ୱିନ ଟାୱାର ୨୮ ଅଗଷ୍ଟରେ ଭଙ୍ଗାଯିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପାରିପାଶ୍ୱର୍ୀକ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଆଉ ଅଧିକ ୭ ଦିନ ସମୟ ଦେଇଛନ୍ତି । ନୋଏଡାର ସେକ୍ଟର-୯୩ରେ ଏହି ଟ୍ୱିନ ଟାୱାର ରହିଛି । ଆଉ ଅଳ୍ପ ଦିନ ସମୟ ଥିଲେ ମଧ୍ୟ ଭାଙ୍ଗିବା ପାଇଁ ଏଜେନ୍ସି କୌଣସି ପ୍ରକାରର କାର୍ଯ୍ୟ ଆରମ୍ଭ କରି ନ ଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଟାୱାର ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଏହା ଭୁଷୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି । ବେନିୟମ ଭାବେ ନିର୍ମିତ ହେବା ଏହି ଟାୱାର ନ ଭାଙ୍ଗି ବିକଳ୍ପ ରାସ୍ତା ବାହାର କରିବା ପାଇଁ ଏକ ଘରୋଇ ଏନଜିଓ ସଂସ୍ଥା କୋର୍ଟରେ ଆବେଦନ କରିଥିଲେ । ତେବେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଏନଜିଓ ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ୫ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ଏହି ଅର୍ଥ କୋଭିଡ ପ୍ରଭାବିତ ଓକିଲଙ୍କ ପରିବାରବର୍ଗଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି