Latest Odisha News

BREAKING NEWS

ଜମ୍ମୁ-କଶ୍ମୀରେ ପୁନର୍ବାର ଟାର୍ଗେଟ କିଲିଂ, ଆତଙ୍କବାଦୀଙ୍କ ଗୁଳିରେ ନିରୀହ ଶ୍ରମିକ ମୃତ

ବାନ୍ଦିପାରା: ଜମ୍ମ-କଶ୍ମୀରରେ କିଛି ଦିନର ନୀରବତା ପରେ ପୁନର୍ବରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଆରମ୍ଭ କରିଛନ୍ତି । ଆଜି ବାନ୍ଦିପାରା ଜିଲାର ସଦନପୁର ଗ୍ରାମରେ ଏକ ବିହାରୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ମହମ୍ମଦ ଅମରେଜ ନାମକ ଏହି ୧୬ ବର୍ଷୀୟ ଯୁବକ ରାତିରେ ବାଥରୁମକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପଂହଚି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବାଟରେ ଅମରେଜଙ୍କ ମୃତ୍ୟୁ ଘଟିଥିଲା । ୪ ମାସ ମଧ୍ୟରେ ବିହାରର ୧୧ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରି ସାରିଛନ୍ତି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ଆତଙ୍କବାଦୀଙ୍କୁ ଖୋଜୁଛି । କେନ୍ଦ୍ର ସରକାର ଏହି ଟାର୍ଗେଟ କିଲିଂ ରୋକିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବିଶେଷ ଲାଭ ହେଉ ନାହିଁ । କଶ୍ମୀରରେ ରହୁଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି ।

BjdElectrycity
Leave A Reply

Your email address will not be published.