ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ । ବାଲୁଗାଁ ଏନଏସି ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାପାଣି ପ୍ରବେଶ କରି ଫୁଟେ ପାଣି ଜମିଥିଲା। ତେବେ ରାତିରେ ଶିଶୁ ପୁତ୍ର ଟି କଡ ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
BREAKING NEWS
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
- Hostel Ragging:ସିନିୟର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ; ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତିକୁ ଦାୟୀ…
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- Hingula Mahotsav:ହିଙ୍ଗୁଳା ମହୋତ୍ସବରେ ଅଘଟଣ; ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର
Comments are closed.