ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ । ବାଲୁଗାଁ ଏନଏସି ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାପାଣି ପ୍ରବେଶ କରି ଫୁଟେ ପାଣି ଜମିଥିଲା। ତେବେ ରାତିରେ ଶିଶୁ ପୁତ୍ର ଟି କଡ ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
BREAKING NEWS
- ବିଜେଡିରେ ଏକନାଥ ସିନ୍ଦେ !
- ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?
- କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?
- ୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର
- ରଙ୍ଗ ଓ ରୂପକୁ ନେଇ ମନ୍ତବ୍ୟ ଦେଇ ଫସିଗଲେ ପିଟ୍ରୋଡା, କଂଗ୍ରେସର ଓଭରସିଜ ପଦରୁ ଦେଲେ ଇସ୍ତଫା
- ପୁଅ ଦ୍ବିତୀୟ ବିବାହ କରୁଥିବା ଜାଣି କଲର ଭିଡି ଥାନାରେ ଜିମା ଦେଲେ ବାପା
- ‘ଲୋକଙ୍କ ସରକାର, ବିକାଶ ସରକାର ବିଜେପି’
- ଓଡିଶା ଆସିବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା
- ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା
- ଗୁଜୁରାଟରେ ଭୂ-କମ୍ପ ଝଟକା, ଲୋକେ ଭୟଭୀତ