ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା ବର୍ତମାନ ତାର ମୂଳ ବଜେଟ ହାସଲ ନେଇ ସଂଘର୍ଷ କରୁଛି । ଅମୀରଙ୍କୁ ସମର୍ଥନ କରି ହ୍ରିତିକ ଲେଖିଥିଲେ ମୁଁ ଏହି ଫିଲ୍ମ ଦେଖିଛି । ଏହା ଏକ ଭଲ ଫିଲ୍ମ, ଏହାକୁ ଦେଖିବା ସୁଯୋଗ ହାତଛଡା କର ନାହିଁ । କରୀନା କାପୁର ଏହାକୁ ଶେୟାର କରିଥିଲେ । ହ୍ରିତିକଙ୍କ ସମର୍ଥନ ଅନେକଙ୍କୁ ପସନ୍ଦ ଆସି ନ ଥିଲା । ଜଣେ ୟୁଜର୍ସ ଲେଖିଛନ୍ତି ଖାଁ ମାନଙ୍କୁ ଭଲ ସମର୍ଥନ କରୁଛ ? ସୁଶାନ୍ତ ସିଂ ରାଜପୁତ ଓ ଦି କଶ୍ମୀର ଫାଇଲ୍ସ ବେଳେ କେଉଁଠି ଥିଲ ? ଆମେ ବିକ୍ରମବେଧା ଫିଲ୍ମକୁ ନେଇ ନିଷ୍ପତି ନେଇସାରିଛୁ । ୩ ଦିନ ମଧ୍ୟରେ ଲାଲ ସିଂ ଚଢ଼ା ୩୦ କୋଟି ବ୍ୟବସାୟ କରିଛି । ଫିଲ୍ମର ବଜେଟ ୧୮୦କୋଟି ହେବ ବୋଲି ଅନୁମାନ କରାଯାଉଛି ।
BREAKING NEWS
- ଇଭିଏମ ତ୍ରୁଟି, ଭୋଟିଂରେ ବିଳମ୍ବ
- ଦେଶରେ ୪ର୍ଥ ପର୍ଯ୍ୟାୟ ଭୋଟ, ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ
- କାଳବୈଶାଖୀ ପ୍ରଭାବରେ ୨୫ ସହରରେ ବର୍ଷା, ୭ ଜିଲ୍ଲାକୁ ସତର୍କ ସୂଚନା ଜାରି
- ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ମତଦାତା ଲେଖୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ
- ଏପରି ମନ୍ଦିର ଯେଉଁଠି ୫୦ ଡିଗ୍ରୀ ଖରାରେ ମଧ୍ୟ ଲାଗେ ହିମାଳୟ ପରି ଥଣ୍ଡା
- ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ…
- ଭୋଟ ଦେଲେ ମିଳିବ ମାଗଣାରେ ଗୁପଚୁପ, ଜାଣନ୍ତୁ କେଉଁଠି
- ଦିନରେ ଲଣ୍ଠନ ଦେଖାଉଛନ୍ତି ମୋଦୀ, ବଲାଙ୍ଗୀର ସଭାରେ ବିରୋଧିଙ୍କୁ ନବୀନଙ୍କ ଟାର୍ଗେଟ
- ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କଲା ଚେନ୍ନାଇ
- ଭୋଟ ହାତେଇବାକୁ ବିଜେଡି କଳା ଟଙ୍କା ବାଣ୍ଟୁଛି ଅଭିଯୋଗ ଆଣି ଇସିଙ୍କ ଆଗରେ ଫେରାଦ ହେଲା ବିଜେପି