ନୂଆଦିଲ୍ଲୀ: ଭାରତ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ଜଣେ ଯବାନଙ୍କ ଶରୀରର ଅବଶେଷ ମିଳିଛି । ଏହି ଯବାନଙ୍କ ଚିହ୍ନଟ ହୋଇଛି ଏବଂ ତାଙ୍କ ନାମ ଲାନ୍ସ ନାୟକ ଚନ୍ଦ୍ରଶେଖର । ୨୫ ମେ ୧୯୮୪ରେ ବରଫ ଝଡରେ ଜଣେ ଅଫିସରଙ୍କ ସମେତ ୭ ଯବାନ ନିଖୋଜ ହୋଇ ଯାଇଥିଲେ । ମୃତ୍ୟୁ ବେଳକୁ ଚନ୍ଦ୍ରଶେଖରଙ୍କୁ ୨୫ ବର୍ଷ ହୋଇଥିଲା । ଉତରାଖଣ୍ଡରେ ରହୁଥିବା ତାଙ୍କ ପରିବାରବର୍ଗଙ୍କୁ ଅବଶେଷ ପ୍ରଦାନ କରାଯାଇଛି । ସିୟାଚିନରେ ପାକିସ୍ତାନ ଉପରେ ଭାରତୀୟ ଯବାନ ନଜର ରଖିଥାନ୍ତି । ଏଠାରେ ବରଫ ଝଡ ଏବଂ ହିମ ସ୍ଖଳନ ଯବାନ ପାଇଁ ସବୁଠାରୁ ବଡ ବିପଦ ଭାବେ ପରିଗଣିତ ହୋଇଥାଏ । ଏଠାରେ ଡ୍ୟୁଟି କରୁଥିବା ପ୍ରତ୍ୟେକ ଯବାନଙ୍କୁ ଆର୍ମି ନମ୍ବର ଥିବା ଏକ ଆଲମ୍ୟୁନିୟମର ଆଇଡେଂଟି ଡିସ୍କ ପିନ୍ଧା ଯାଇଥାଏ । ଏଥିରୁ ଚନ୍ଦ୍ରଶେଖରଙ୍କ ଚିହ୍ନଟ ହୋଇପାରିଥିଲା । ୧୯୮୪ ପରଠାରୁ ଭାରତ ଏବଂ ପାକିସ୍ତାନର ୨୦୦୦ରୁ ଅଧିକ ସୈନିକ ଜୀବନ ହରାଇ ସାରିଛନ୍ତି ।
BREAKING NEWS
- Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଆମେରିକା ଘାଟି ଉପରେ ‘ପ୍ରଥମ ପ୍ରହାର’ କରିବ ଇରାନ!
- ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ
- ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର
- Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା ISIର ଚକ୍ରାନ୍ତ
- ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ
- ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର
- ଚୀନ୍ ସହ ସୀମା ବିବାଦ ନେଇ ଆଲୋଚନା କରିବେ ଅଜିତ ଡୋଭାଲ: ବେଜିଂ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲା ଭାରତ
- ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ
- ନୂଆ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ଢାକାର ସଂକେତ, ଭାରତ ପାଇଁ ବଢ଼ିଲା ସୁରକ୍ଷା ଚିନ୍ତା

Comments are closed.